ଗଜପତି ଜିଲ୍ଲାର ସମସ୍ତ ଜଗନ୍ନାଥ ମନ୍ଦିରରେ ୧୪୪ ଧାରା

ପାରଳାଖେମୁଣ୍ଡି: ପୁରୀ ବ୍ୟତୀତ ଆଉ କେଉଁଠାରେ ରଥଯାତ୍ରା ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଗଜପତି ଜିଲ୍ଲାର ସବୁ ଜଗନ୍ନାଥ ମନ୍ଦିରରେ ୧୪୪ ଧାରା ଲାଗୁ କରାଯାଇଛି। ଜିଲ୍ଲାପାଳ ଅନୁପମ ସାହା ଗତକାଲି ରାତି ପ୍ରାୟ ୧୧ଟା ବେଳେ ଏହି ଘୋଷଣା କରିଛନ୍ତି।

ଶ୍ରଦ୍ଧାଳୁମାନଙ୍କୁ ମନ୍ଦିର ନିକଟକୁ ନଆସିବ ପାଇଁ ଏକ ଭିଡିଓ ମଧ୍ୟରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷରେ ଆଜି କେବଳ ପୁରୀରେ ଶ୍ରୀଜିଉଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଛି। ତେବେ ସୁପ୍ରିମକୋର୍ଟଙ୍କ ସର୍ତ୍ତାବଳୀ ଅନୁସାରେ ବିନା ଶ୍ରଦ୍ଧାଳୁରେ କଟକଣାଯୁକ୍ତ ରଥଯାତ୍ରା ହେଉଛି।