ବେଆଇନ ପଥର ମାଫିଆଙ୍କ ପାଇଁ ୧୪୪ ଧାରା ଜାରି କଲା ପ୍ରଶାସନ

ଧର୍ମଶାଳା: ବେଆଇନ ପଥର ମାଫିଆଙ୍କ ଦୌରାତ୍ମ ରୋକିବାକୁ ଅଣ୍ଟା ଭିଡିଲା ପ୍ରଶାସନ | ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଧର୍ମଶାଳା ତହସିଲ ଅନ୍ତର୍ଗତ ସାହାଣୀଡିହ, ଅଞ୍ଜିରା, କୁସୁନପୁର ବିଛାଖଣ୍ଡି ମୌଜାରେ ଥିବା ବେଆଇନ କଳାପଥର ଖାଦାନ ସମେତ ରାଇଛନ୍ଦା...

ଧର୍ମଶାଳା: ବେଆଇନ ପଥର ମାଫିଆଙ୍କ ଦୌରାତ୍ମ ରୋକିବାକୁ ଅଣ୍ଟା ଭିଡିଲା ପ୍ରଶାସନ | ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଧର୍ମଶାଳା ତହସିଲ ଅନ୍ତର୍ଗତ ସାହାଣୀଡିହ, ଅଞ୍ଜିରା, କୁସୁନପୁର ବିଛାଖଣ୍ଡି ମୌଜାରେ ଥିବା ବେଆଇନ କଳାପଥର ଖାଦାନ ସମେତ ରାଇଛନ୍ଦା ମୌଜାରେ ଥିବା ବେଆଇନ ବାଲି ଘାଟରେ ୧୪୪ ଧାରା ଜାରି କରାଯାଇଛି | ଧର୍ମଶାଳା ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ୧୪୪ ଧାରା ଜାରି କରାଯାଇଛି |

ଦୁଇ ସେକ୍ସନ ଫୋର୍ସ ଏଥିରେ ସାମିଲ ହୋଇଥିଲେ | ମିଳିଥିବା ସୂଚନା ମୁତାବକ ଏହି ଅଂଚଳମାନଙ୍କରେ ଚୋରା ପଥର ମାଫିଆ ବେଧଡକ ଭାବେ ପଥର ଚୋରି କରୁଥିଲେ | ବେଆଇନ ଭାବେ ଲିଜ ଦିଆଯାଇନଥିବା ଏହି ପଥର ଖଣିମାନଙ୍କରୁ ଲକ୍ଷ ଲକ୍ଷ ଟଙ୍କାର ପଥର ଚୋରି କରାଯାଇ ଚାଲାଣ କରାଯାଉଥିଲା | ଯାହାକୁ ନେଇ ସ୍ଥାନୀୟ ଲୋକ ବାରମ୍ବାର ଅଭିଯୋଗ କରିବା ସହ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ |ବାରମ୍ବାର ଲୋକଙ୍କ ଅଭିଯୋଗ ପାଇବା ପରେ ପ୍ରଶାସନ ପକ୍ଷରୁ ଏସବୁ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା | ବିପୁଳ ପରିମାଣର ପଥର ଚୋରି ହେଉଥିବାର ପ୍ରଶାସନ ପକ୍ଷରୁ ଜଣା ପଡିଥିଲା | ଯାହାକୁ ନେଇ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି |

Spread the love
Categories
ଓଡିଶା

RELATED BY

  • ଓଡ଼ିଶାରେ ନକଲି ସାମ୍ପୁ

    ବଲାଙ୍ଗୀର: ଘରେ ଘରେ ପରିଚିତ କ୍ଲିନିକ ପ୍ଲସ ସାମ୍ପୁର ନକଲି ଏବେ ବଜାରରେ ଦେଖିବାକୁ ମିଳିଛି | କିଛି ଏଭଳି ଅଭିଯୋଗ ବଲାଙ୍ଗୀରର କଣ୍ଟାବାଞ୍ଜିରୁ ଆସିଛି | ବଜାରରେ ପ୍ୟାକେଟ୍ ପ୍ୟାକେଟ୍ ନକଲି ସାମ୍ପୁ ବିକ୍ରି ହେଉଥିବାବେଳେ ଏବେ ଏହାର...
  • ମଙ୍ଗୁମଠକୁ ନ ଭାଙ୍ଗିବାକୁ ନବୀନଙ୍କୁ ଅନୁରୋଧ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

    ପୁରୀ:ପୁରୀର ବହୁ ପୁରାତନ ମଙ୍ଗୁ ମଠ ଉଚ୍ଛେଦ ନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ନବୀନଙ୍କୁ ଏକ ଟ୍ୱିଟ୍‌ କରି କ୍ୟାପଟେନ ଅମରିନ୍ଦର ସିଂହ କହିଛନ୍ତି ଯେ, ଏହି ମଠ ଗୁରୁ ନାନକଙ୍କ...
  • ନନ୍ଦନକାନନରେ ଅସୁସ୍ଥ ଦନ୍ତାହାତୀ ଚନ୍ଦନ ମୃତ

    ବାରଙ୍ଗ: ଶନିବାର ରାତିରେ ସ୍ଥାନୀୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନର ହାତୀଶାଳରେ ରହୁଥିବା ଅସୁସ୍ଥ ଦନ୍ତାହାତୀ ଚନ୍ଦନର ମୃତ୍ୟୁ ଘଟିଛି । ଅସୁସ୍ଥ ହୋଇପଡ଼ିଥିବା ଚନ୍ଦନକୁ ଆସାମ ଷ୍ଟେଟ୍‌ ଓ ସେଣ୍ଟର୍‌ ଫର୍‌ ଓ୍ଵାଇଲ୍‌ଡ୍‌ ଲାଇଫ୍‌ ହେଲ୍‌ଥ୍‌ ଓଡ଼ିଶାର ପ୍ରବୀଣ ପଶୁଚିକିତ୍ସକମାନଙ୍କ...
  • ବାଇକ୍‌ ଚାଳକକୁ ୨୨୫୦୦ ଟଙ୍କା ଜୋରିମାନା

    କଣ୍ଟାବାଞ୍ଜି : ବାଇକ୍‌କୁ ୨୨୫୦୦ ଟଙ୍କା ଜୋରିମାନା ହୋଇଛି। ଏପରି ସୂଚନା ଆସିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରୁ। ୫ଟି ନିୟମ ଉଲ୍ଲଂଘନ କରିଥିବାରୁ ବାଇକ୍‌ ଚାଳକକୁ ଏହି ଜୋରିମାନା ହୋଇଛି। ଅନ୍ୟପକ୍ଷରେ ମଦ୍ୟପାନକୁ ବାଇକ୍‌ ଚାଳକ ଖଣ୍ଡନ...