ନୂଆ ୧୪୩ କରୋନା ପଜିଟିଭଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ଆଜି ରାଜ୍ୟରେ ନୂଆ ୧୪୩ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୨୩୮୮ରେ ପହଞ୍ଚିଛି ।  ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୪୩ଜଣଙ୍କ ମଧ୍ୟରୁ ୧୩୨ଜଣ ସଙ୍ଗରୋଧରେ ଥିବା ବେଳେ ୧୧ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ।  ଚିହ୍ନଟ ୧୪୩ ପଜିଟିଭଙ୍କ ମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡିଛି ।  ଅନ୍ୟ ପକ୍ଷରେ ରାୟଗଡ଼ା ଜିଲ୍ଲାରୁ ପ୍ରଥମ ଥର ଲାଗି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।


୧୪୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ଜଣ ବଲାଙ୍ଗୀରର ହୋଇଥିବା ବେଳେ ସମସ୍ତେ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ ।  ସେହିପରି ୧୩ ଜଣଙ୍କ ମଧ୍ୟରୁ ୧୦ଜଣ ମହାରାଷ୍ଟ୍ର, ୨ଜଣ ଗୁଜୁରାଟ ଓ ଜଣେ ତାମିଲନାଡୁରୁ ଫେରିଥିବା ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ।   ସୋନପୁରରୁ ଚିହ୍ନଟ ହୋଇଥିବା ୧୭ଜଣଙ୍କ ମଧ୍ୟରୁ ୧୪ଜଣ ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ୩ଜଣ ସ୍ଥାନୀୟ ବ୍ୟକ୍ତି ବୋଲି ଜଣା ପଡିଛି । ୧୪ଜଣଙ୍କ ମଧ୍ୟରୁ ୩ଜଣ ଗୁଜୁରାଟ, ୩ଜଣ ତେଲେଙ୍ଗାନା ଓ ୮ଜଣ ତାମିଲନାଡୁରୁ ଫେରିଥିଲେ ।  ନୂଆପଡ଼ାରୁ ଚିହ୍ନଟ ହୋଇଥିବା ସମସ୍ତ ୮ଜଣ ମହାରାଷ୍ଟ୍ରରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ ।  କେନ୍ଦ୍ରାପଡ଼ାରୁ ଚିହ୍ନଟ ହୋଇଥିବା ୯କରୋନା ଆକ୍ରାନ୍ତ ସଙ୍ଗରୋଧରେ ଥିବା ବେଳେ ୫ଜଣ ଗୁଜୁରାଟ, ୨ଜଣ ମହାରାଷ୍ଟ୍ର ଓ ୨ଜଣ ତାମିଲନାଡୁରୁ ଫେରିଥିଲେ ।

ଗଞ୍ଜାମରୁ ୪୧ଜଣ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୬ଜଣ ସଙ୍ଗରୋଧ କେନ୍ଦ୍ରରେ ଓ ୫ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ଜଣାପଡିଛି ୩୬ ପ୍ରବାସୀଙ୍କ ମଧ୍ୟରୁ ୧୦ଜଣ ଗୁଜୁରାଟ, ୪ଜଣ ମହାରାଷ୍ଟ୍ର ଓ ଜଣେ ଆନ୍ଧ୍ରପ୍ରଦେଶରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ ୨୧ଜଣ ଗୁଜୁରାଟ ଓ ମହାରାଷ୍ଟ୍ରରୁ ଫେରି ଘରେ ସଙ୍ଗରୋଧରେ ରହିଥିଲେ ସେହିଭଳି ରାୟଗଡାରୁ ଚିହ୍ନଟ ହୋଇଥିବା ଜଣେ କରୋନା ରୋଗୀ ଦିଲ୍ଲୀରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ


ଦେବଗଡ଼ରୁ ଚିହ୍ନଟ ହୋଇଥିବା ଜଣେ କରୋନା ରୋଗୀ ତାମିଲନାଡୁରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ ମୟୁରଭଞ୍ଜରୁ ଚିହ୍ନଟ ହୋଇଥିବା ୮ଜଣ କରୋନା ଆକ୍ରାନ୍ତ(୬ଜଣ ମହାରାଷ୍ଟ୍ର, ଜଣେ ତେଲେଙ୍ଗାନା, ଜଣେ ଦିଲ୍ଲୀ)ରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ ।  ଏହା ସହ ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ୩ଜଣ କରୋନା ରୋଗୀ ରାଜ୍ୟ ବାହାରୁ (୨ଜଣ ସୁରତ, ଜଣେ ଦିଲ୍ଲୀ) ଫେରି ସଙ୍ଗରୋଧରେ ଥିଲେ।


ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ୨୪ଜଣଙ୍କ ମଧ୍ୟରୁ ୨୩ଜଣ ସଙ୍ଗରୋଧ କେନ୍ଦ୍ରରେ ଓ ଜଣେ ସ୍ଥାନୀୟ ଲୋକ ଥିବା ଜଣା ପଡିଛି | ସେହିପରି ଭଦ୍ରକରୁ ଚିହ୍ନଟ ହୋଇଥିବା ୩ଜଣ କରୋନା ରୋଗୀ (ଜଣେ ତାମିଲନାଡୁ, ଜଣେ ମହାରାଷ୍ଟ୍ର, ଜଣେ ପଶ୍ଚିମବଙ୍ଗ)ରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ ।  ଏହା ସହ ଅନୁଗୁଳରୁ ଚିହ୍ନଟ ୩ଜଣ(୨ଜଣ ମହାରାଷ୍ଟ୍ର, ଜଣେ କର୍ଣ୍ଣାଟକ)ରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିବା ଜଣାପଡିଛି।

ସମ୍ବଲପୁରର ୩ଜଣ(ଜଣେ ଆନ୍ଧ୍ରପ୍ରଦେଶ, ଜଣେ ତେଲେଙ୍ଗାନା, ଜଣେ ମହାରାଷ୍ଟ୍ର), ଗଜପତିର ୪ଜଣ(୨ଜଣ ତେଲେଙ୍ଗାନା, ଜଣେ ମହାରାଷ୍ଟ୍ର, ଜଣେ ଆନ୍ଧ୍ରପ୍ରଦେଶ) ଓ କଳାହାଣ୍ଡିର ଜଣେ ଆକ୍ରାନ୍ତ (ଗୁଜୁରାଟରୁ ଫେରନ୍ତା)  ରାଜ୍ୟ ବାହାରୁ ଓଡ଼ିଶା ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ ।  ସେହିଭଳି ସୁନ୍ଦରଗଡରୁ ଚିହ୍ନଟ ହୋଇଥିବା ୪କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ୨ଜଣ ସ୍ଥାନୀୟ ବାସିନ୍ଦା କରୋନା ଆକ୍ରାନ୍ତ ରହିଛନ୍ତି।  ସଙ୍ଗରୋଧ କେନ୍ଦ୍ରରେ ଥିବା ୨ଜଣ ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରୁ ଫେରିଥିବା ଜଣାପଡିଛି ।