ଭୁବନେଶ୍ୱର: ରାଜ୍ୟରେ ଆଜି ୨୬ଟି ଜିଲ୍ଲାରୁ ଆଜି ୧୪୨୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୭ ହଜାର ୯୦୦ରେ ପହଞ୍ଚିଛି।
Another 1422 #COVID19 patients have recovered and are being discharged on 13.8.2020
255 from Ganjam
228 from Khurdha
139 from Gajapati
100 from Bolangir
95 from Sambalpur
71 from Cuttack
57 from Sundergarh
45 from Puri
44 from Bhadrak
42 from Rayagada
37 from Dhenkanal— H & FW Dept Odisha (@HFWOdisha) August 13, 2020
ଆଜି ଗଂଜାମ ଜିଲ୍ଲାରୁ ସର୍ବାଧିକ ୨୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ୨୨୮ ଜଣ, ଗଜପତି ଜିଲ୍ଲାରୁ ୧୩୯ ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲାରୁ ୯୫ ଜଣ, କଟକ ଜିଲ୍ଲାରୁ ୭୧ ଜଣ, ସୁନ୍ଦରଗଡ଼ରୁ ୫୭ ଜଣ, ପୁରୀରୁ ୪୫ ଜଣ, ଭଦ୍ରକରୁ ୪୪ ଜଣ, ରାୟଗଡ଼ାରୁ ୪୨ ଜଣ, ଢେଙ୍କାନାଳରୁ ୩୭ ଜଣ, କନ୍ଧମାଳରୁ ୩୬ ଜଣ, ମାଲକାନଗିରିରୁ ୩୩ ଜଣ, କେନ୍ଦୁଝରରୁ ୩୦ ଜଣ, କୋରାପୁଟରୁ ୨୯ ଜଣ, ବୌଦ୍ଧ ଓ ରୁ ନୟାଗଡ଼ରୁ ୨୮-୨୮ ଜଣ, ଝାରସୁଗୁଡ଼ାରୁ ୨୧ ଜଣ, ମୟୂରଭଂଜରୁ ୨୦ ଜଣ, ସୁବର୍ଣ୍ଣପୁରରୁ ୧୯ ଜଣ, ଜଗତସିଂହପୁରରୁ ୧୮ ଜଣ, ବାଲେଶ୍ୱରରୁ ୧୩ ଜଣ, ବରଗଡ଼ରୁ ୧୨ ଜଣ, କଳାହାଣ୍ଡିରୁ ୧୦ ଜଣ, କେନ୍ଦ୍ରାପଡ଼ାରୁ ୭ ଜଣ, ଯାଜପୁରରୁ ୪ ଜଣ ଓ ନବରଙ୍ଗପୁରରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଗତକାଲି ରାତି ୧୨ଟା ସୁଦ୍ଧା ମୋଟ ୭ ଲକ୍ଷ ୬୫ ହଜାର ୬୫ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ହୋଇଛି। ଏଥିରୁ ଏଯାଏଁ ୫୨ ହଜାର ୬୫୩ଟି ନମୁନା ରିପୋର୍ଟ ପଜିଟିଭ ଆସିଛି। ମୋଟ ୩୭ ହଜାର ୯୦୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୩୧୪ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏବେ ୧୪ ହଜାର ୩୮୫ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।