ମେ’୫ରୁ ୧୯ପର୍ଯ୍ୟନ୍ତ ଲକଡାଉନ କଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟରେ କୋଭିଡ ସ୍ଥିତିକୁ ଦେଖି ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ପୂର୍ବରୁ ନାଇଟ କର୍ଫ୍ୟୁ ଓ ସଟଡାଉନ ଭଳି ପଦକ୍ଷେପ ନିଆଯାଇଥିବା ବେଳେ ଏବେ ରାଜ୍ୟକୁ ୧୪ଦିନ ପାଇଁ ଲକଡାଉନ କରାଯିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର। ମେ’୫ରୁ ୧୯ପର୍ଯ୍ୟନ୍ତ ରାଜ୍ୟର ସବୁ ଜିଲ୍ଲାରେ ଲକଡାଉନ ହେବ। ଏହି ସମୟ ମଧ୍ୟରେ ସ୍ବାସ୍ଥ୍ୟ ଓ ଜରୁରୀ ସେବା ଜାରି ରହିବ।
ଘରଠୁ ୫୦୦ମିଟର ଦୂରତା ଭିତରେ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଭିତରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ ଲୋକେ। ଚାଲି ଚାଲି ଯାଇ ଲୋକେ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ କୁହାଯାଇଛି ।

ଜାଣନ୍ତୁ କ’ଣ ରହିବ ଖୋଲା ଓ କ’ଣ ବନ୍ଦଃ
କରୋନା ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ। ସାରା ରାଜ୍ୟରେ ଲାଗିଲା ଲକଡାଉନ୍ । ସବୁ ବନ୍ଦ । ମେ ୫ ତାରିଖରୁ ୧୯ ତାରିଖ ଯାଏଁ ଲାଗୁ କରାଯାଇଛି ୧୪ ଦିନିଆ ଲକଡାଉନ୍ । ଆସନ୍ତୁ ନଜର ପକାଇବା ଲକଡାଉନ୍ ବେଳେ କଣ ଖୋଲା ରହିବ ଓ କଣ ବନ୍ଦ ।

ଏହି ସମୟରେ ରାସନ, ପରିବା ଓ କ୍ଷୀର ଦୋକାନ ଖୋଲା ରହିବ । ପ୍ରତିରକ୍ଷା, କେନ୍ଦ୍ରୀୟ ଫୋର୍ସ, ଟ୍ରେଜେରୀ, ପୋଷ୍ଟାଲ ସେବା, ଟେଲିକମ୍ ସେବା, ଆଇଏମଡି, ଏନଆଇସି, ଜିଏସଟି ଅଫିସ୍ ଖୋଲା ରହିବ । ସେହିପରି ପୋର୍ଟ, ଏୟାରପୋର୍ଟ ଅଳ୍ପ କର୍ମଚାରୀରେ ଚାଲିବ । ଗଣମାଧ୍ୟମ ଅଫିସ୍, ଜଳ ଯୋଗାଣ, ଏଟିଏମ, ଅଗ୍ନିଶମ ଅଫିସ୍, ବିଜୁଳି ଯୋଗାଣ ସେବା, ଆଦି ଖୋଲାରହିବ । ମେଡିସିନ୍ ଦୋକାନ, ଆମ୍ବୁଲାନ୍ସ, କ୍ଲିନିକ୍, ହସ୍ପିଟାଲ ଆଦି ଖୋଲା ରହିବ । ରାସ୍ତା କଡ ଗ୍ୟାରେଜ୍ ମଧ୍ୟ ଖୋଲା ରହିବ ।

ତେବେ ମାଛ, ମାଂସ ଅଣ୍ଡା, ଦୋକାନ ଖୋଲା ରହିବ । ହୋମ୍ ଡେଲିଭରୀ ହେବ । ସେହିପରି ଅନ୍ୟ ସମସ୍ତ ଅଫିସ୍, ଦୋକାନ ବଜାର, ବାଣିଜ୍ୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ଗମନାଗମନ ଓ ସାଧାରଣ ଚଳପ୍ରଚଳ ବନ୍ଦ ରହିବ ।

ସମସ୍ତ ପାନ ଦୋକାନ, ହଲ୍, ସପିଂ ମଲ୍ ଆଦି ବନ୍ଦ ରହିବ । କୋଚିଂ ସେଣ୍ଟର, ଶିକ୍ଷାନୁଷ୍ଠାନ, ଜିମ୍ ମଧ୍ୟ ବନ୍ଦ ରହିବ । ବସ୍ ଚଳାଚଳ ମଧ୍ୟ ବନ୍ଦ ରଖାଯିବ । ଅଟୋ ରିକ୍ସା, ସେଲୁନ, ସ୍ପା, ବିଇଟି ପାର୍ଲର, ମନ୍ଦିର ଆଦି ବନ୍ଦ ରହିବ ।

14 days lock down in odisha again due to covid