ଭୁବନେଶ୍ୱର: ଯଦି ସରକାରୀ କର୍ମଚାରୀଙ୍କୁ ଥଣ୍ଡା କିମ୍ବା ଜ୍ୱର ହୁଏ ତେବେ ସେମାନଙ୍କୁ ୧୪ଦିନର ଛୁଟି ମିଳିବ । କୋରୋନା ସଂକ୍ରମଣକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ସାଧାରଣ ପ୍ରଶାସନ ବିଭାଗ ।
୧୪ ଦିନ ପାଇଁ ହୋମ ଆଇସୋଲେସନରେ କର୍ମଚାରୀ ରହିବେ ବୋଲି କୁହାଯାଇଛି । ସେହିପରି ଲୋକସେବା ଭବନକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । କୋରୋନାର ଭୟାବହତାକୁ ନଜରରେ ରଖି ଲୋକସେବା ଭବନର କର୍ମଚାରୀଙ୍କ ପାଇଁ ନୂଆ କଟକଣା ଜାରି ହୋଇଛି ।
ଲୋକସେବା ଭବନକୁ କେବଳ କର୍ମଚାରୀ ମାନେ ଯାଇପାରିବେ । କେବଳ ଏତିକି ନୁହେଁ ଭିଜିଟର ପାସ ବି ବାତିଲ କରାଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ ସଂଜୀବ ଚୋପ୍ରା ସୂଚନା ଦେଇଛନ୍ତି । ଅନ୍ୟପଟେ ସରକାରୀଙ୍କ କର୍ମଚାରୀଙ୍କ ପାଇଁ ମଧ୍ୟ କଟକଣା ଜାରି ହୋଇଛି ।
ସରକାର କୋରୋନା ମୁକାବିଲା ପାଇଁ ସର୍ବଦା ସତର୍କ ଅଛନ୍ତି । ପ୍ରତିଦିନ ମିଟିଂ ଆୟୋଜିତ ହେଉଛି । ସମସ୍ତ ସରକାରୀ ଅଫିସ ଟଏଲେଟରେ ହ୍ୟାଣ୍ଡୱାସ ଓ ଲିକ୍ୱିଇଡ଼୍ ରଖିବା ସହ ସଫାସୁତୁରା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବ୍ୟକ୍ତିଗତ ସ୍ୱଚ୍ଛତା ସହ ପ୍ରବେଶ ପଥରେ ସାନିଟାଇଜ୍ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହାଦ୍ୱାରା ସମସ୍ତ ବିଭାଗ ସଚେତନ ହେବା ସହ ଅନ୍ୟ ସମସ୍ତଙ୍କୁ ସଚେତନ କରାଇବେ ।