ଆଜି ରାଜ୍ୟରେ କରୋନାରେ ଗଲା ୧୪ ଜୀବନ

ଭୁବନେଶ୍ୱର : ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୧୪ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୧୧ ଜଣ ପୁରୁଷ ଥିବାବେଳେ ୩ ଜଣ ମହିଳା ଅଛନ୍ତି । ଏହା ସହିତ ରାଜ୍ୟର ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୪୭୦ରେ ପହଞ୍ଚିଛି ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ ପୂର୍ବରୁ ଆଜମା ରୋଗରେ ପୀଡ଼ିତ ଥିବା ବାଲେଶ୍ୱରର ଜଣେ ୪୮ ବର୍ଷୀୟ ମହିଳାଙ୍କ ପରଲୋକ ହୋଇଛି । ସେହିପରି ହାଇପରଥୋରିଓଡିଜିମ (ଥାଇରଏଡ ଅଭାବ ଜନିତ ରୋଗ)ରେ ପୀଡିତ ଥିବା କଟକର ଜଣେ ୫୮ ବର୍ଷୀୟା ମହିଳା ଏବଂ ଡାଇବେଟିସ ପୀଡ଼ିତ ଥିବା ଭୁବନେଶ୍ୱରର ଜଣେ ୭୭ ବର୍ଷୀୟା ମହିଳା ପ୍ରାଣ ହରାଇଛନ୍ତି ।

ଅନ୍ୟପକ୍ଷରେ ଡାଇବେଟିସ ରୋଗରେ ପୀଡ଼ିତ ଥିବା ବାଲେଶ୍ୱରର ଜଣେ ୫୦ ବର୍ଷୀୟ ପୁରୁଷ, ଭୁବନେଶ୍ୱରର ଜଣେ ୪୫ ବର୍ଷୀୟ ପୁରୁଷ, ବରଗଡ଼ର ଜଣେ ୭୭ ବର୍ଷୀୟ ପୁରୁଷ, କଟକର ଜଣେ ୫୫ ବର୍ଷୀୟ ପୁରୁଷ ପ୍ରାଣ ହରାଇଛନ୍ତି । କିଡନି ରୋଗରେ ପୀଡ଼ିତ ଥିବା ଜଗତସିଂହପୁରର ଜଣେ ୩୦ ବର୍ଷୀୟ ଯୁବକ ପ୍ରାଣ ହରାଇଛନ୍ତି ।

ଅନ୍ୟପକ୍ଷରେ ଜଗତସିଂପୁରର ଜଣେ ୫୬ ବର୍ଷୀୟ ପୁରୁଷ, ଯାଜପୁରର ୫୮ ବର୍ଷୀୟ ପୁରୁଷ, ମାଲକାନଗିରି ଜିଲ୍ଲାର ୫୫ ବର୍ଷୀୟ ଦୁଇଜଣ ପୁରୁଷ, ପୁରୀର୭୧ ବର୍ଷୀୟ ବୃଦ୍ଧ ଓ ସୁନ୍ଦରଗଡ଼ର ୭୨ ବର୍ଷୀୟ ବୃଦ୍ଧ ପ୍ରାଣ ହରାଇଛନ୍ତି ।