ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର:  ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ରାଜ୍ୟର ଆଉ ୧୩୭ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।

ସୁସ୍ଥ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୩୩ ଜଣ ରହିଛନ୍ତି। ସେହିପରି ଖୋର୍ଦ୍ଧାରୁ ୨୯, କଟକରୁ ୨୨, ବାଲେଶ୍ୱରରୁ ୧୩, ଯାଜପୁରରୁ ୯, କଳାହାଣ୍ଡିରୁ ୬, ଭଦ୍ରକରୁ ୪ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ମୟୂରଭଞ୍ଜ, ନୟାଗଡ଼ ଓ ପୁରୀ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବୌଦ୍ଧ, ବରଗଡ଼, ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ାରୁ ୨ ଜଣ ଲେଖାଏଁ ଏବଂ ଅନୁଗୁଳ, ବଲାଙ୍ଗିର, ଜଗତସିଂହପୁର ଓ ନୂଆପଡ଼ାରୁ ଜଣେ ଲେଖାଏଁ ସସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟର ମୋଟ ୪୭୪୩ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।