ଆଜି ରାଜ୍ୟରେ ୧୩୪୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର :  ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୧୩୪୧ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଗୁଡ଼ିକ ମଧ୍ୟରୁ ୫୨୩ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୮୧୮ ଟି ମାମଲା କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି ।


ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଚିହ୍ନଟ ହୋଇଥିବା ୧୩୪୧ଟି ମାମଲା ମଧ୍ୟରୁ ଗଞ୍ଜାମରୁ ୨୨୭ଟି, ଖୋର୍ଦ୍ଧାରୁ ୨୧୮ଟି ମାମଲା ଚିହ୍ନଟ ହୋଇଛି । ସେହିପରି ସୁନ୍ଦରଗଡ଼ରେ ୯୧ ଟି, ଭଦ୍ରକରେ ୮୩, କଟକରେ ୭୬ଟି, ଜଗତସିଂହପୁରରେ ୬୭ଟି,  ରାୟଗଡ଼ାରେ ୭୫ଟି ମାମଲା ଚିହ୍ନଟ ହୋଇଛି ।

୧୩୪୧ଟି ନୂଆ ମାମଲା ସହ ଓଡ଼ିଶାର ମୋଟ କରୋନା ସଂକ୍ରମଣ ମାମଲା ସଂଖ୍ୟା ୪୮୭୯୬ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୧୫୪୨୭ ଥିବାବେଳେ ୩୩୦୨୦ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨୩୬ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୬୯୨୩୦୧ଟି କରୋନା ପରୀକ୍ଷା କରାଯାଇଛି ।

ମଙ୍ଗଳବାର ସୁଦ୍ଧା ସାରା ଦେଶରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୨୨ ଲକ୍ଷ ୬୮ ହଜାର ଟପିଯାଇଛି । ଏହା ମଧ୍ୟରୁ ୬୩୯୯୨୯ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୪୫୨୫୭  ଅନ୍ତର୍ଭୁକ୍ତ । ତେବେ ଶୁଭ ସୂଚନା ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୧୫,୮୩୪୮୯ ରେ ପହଞ୍ଚିଛି ।