କୋରୋନା ଭାଇରସ: ୧୩୨ ଛୁଇଁଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଚୀନରେ ଭୟଙ୍କର ସ୍ଥିତିରେ କୋରୋନା ଭାଇରସ। ରାକ୍ଷସ ଭଳି ମାଡି ଆସୁଥିବା ଏହି ଭାଇରସ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡାଇ ଚାଲିଛି। ବର୍ତମାନ ପରିସ୍ଥିତିରେ ମୃତକଙ୍କ ସଂଖ୍ୟା ୧୩୧ରେ ପହଂଚିଲାଣି। ଏହାସହ ୬୦୦୦ରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହେଲେଣି। ତେବେ ୧୦ ଦିନ ଭିତରେ ମହାମାରୀ ରୂପ ନେଇଥିବା ଏହି ଭୂତାଣୁର ପ୍ରାଦୁର୍ଭାବ କମିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ ମତ ଦେଇଛନ୍ତି।

ବୁଧବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର୯୭୪ ରେ ପହଂଚିଛି। ସେଥିମଧ୍ୟରୁ ଚୀନର ପ୍ରଦେଶ ଉହାନରେ ୩ ୫ଶହ ୫୪ଟି କେସ ଦେଖିବାକୁ ମିଳିଥିବା ବେଳେ ୧୨୫ ଜଣଙ୍କ ମୃତ୍ୟୁ ହୋଇଥିବା ଚୀନର ଏକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଖବର ମିଳିଛି।ବିଶ୍ବବାସୀଙ୍କୁ ଆତଙ୍କିତ କରି ରଖିଥିବା ଏହି ଭାଇରସ ପାଇଁ ଆଜି ଚୀନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ଡକାଯାଇଛି। ସେହିପରି ଚୀନରେ ଥିବା ବିଦେଶୀ ନାରଗିକମାନଙ୍କୁ ସୁରକ୍ଷିତ ଭାବେ ଏୟାରଲିଫ୍ଟ ଦ୍ବାରା ଉଦ୍ଧାର କରିବାକୁ ଚୀନ ସରକାର ଯୋଜନା କରୁଥିବା ସୂଚନା ଦେଇଛନ୍ତି।

ସେହିପରି କୋରୋନା ଭାଇରସ ପାଇଁ ଉହାନ ପ୍ରଦେଶରେ ଫସିଥିବା ୭ ଜଣ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଭାରତର ବୈଦଶିକ ମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି।