ଯାଜପୁର ଜିଲ୍ଲାର ୧୩ ଗାଁ କଂଟେମେଂଟ ଜୋନ୍ ଘୋଷଣା

ଯାଜପୁର: ଯାଜପୁର ଜିଲ୍ଲାରେ ଗତକାଲି ୫ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ  କଂଟେମେଂଟ ଜୋନ୍ ଘୋଷଣା କରିଛି। ଯାଜପୁର ବ୍ଲକର ପଣସା, ବାସୁଦେବପୁର, ଜହାନପୁର ପଂଚାୟତର ୬ଟି ଗାଁରେ ଲଗାଯାଇଛି କଟକଣା।ସେହିପରି କୋରେଇ ବ୍ଳକ ମୁକୁନ୍ଦପୁର ପଂଚାୟତର କଂଟେମେଂଟ ଜୋନରେ ମଧ୍ୟ ୩ଟି ଗାଁ ରହିଛି।

ଦଶରଥପୁର ବ୍ଲକର ବିରଜାପୁର, ତଲିହା, ବିହାରୀ ପଂଚାୟତର ୪ଟି ଗାଁରେ ମଧ୍ୟ କଟକଣା କରାଯାଇଛି। ଏହିଭଳି ମୋଟ ୭ଟି ପଂଚାୟତର ୧୩ଟି ଗାଁକୁ ପ୍ରଶାସନ କଂଟେମେଂଟ ଜୋନ୍ ଘୋଷଣା କରିଛି।

ଗତକାଲି ଯାଜପୁର ଜିଲ୍ଲାରୁ ନୂଆ ୫ କରୋନା ପଜିଟିଭି ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ ଯାଜପୁର ବ୍ଲକର ୩ ଜଣ, କୋରେଇ ବ୍ଲକରୁ ଜଣେ ଓ ଦଶରଥପୁରରୁ ଜଣେ ଅଛନ୍ତି।