ଭୁବନେଶ୍ୱରରୁ ଚିହ୍ନଟ ହେଲେ ୧୩ କରୋନା ଆକ୍ରାନ୍ତ, ସୁସ୍ଥ ହେଲେ ୯

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୧୩ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୧୩ଜଣଙ୍କ ମଧ୍ୟରେ ୮ଜଣ ଘରୋଇ ସଙ୍ଗରୋଧରେ ଥିବା ବେଳେ ୫ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଏହା ସହ ଆଜି ୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ପକ୍ଷରୁ ଟୁଇଟର ଯୋଗେ ସୂଚନା ଦିଆଯାଇଛି।

ଘରୋଇ ସଙ୍ଗରୋଧରେ ଥିବା ୮ଜଣଙ୍କ ମଧ୍ୟରୁ ୫ଜଣ(୨୪ବର୍ଷିୟ,୪୪. ୩୨ବର୍ଷିୟ ପୁରୁଷ ଓ ଦୁଇଜଣ ୨୮ ଓ ୩୦ ବର୍ଷୀୟା ମହିଳା) ଟଙ୍କପାଣି ରୋଡ଼ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଅନ୍ୟ ଦୁଇଜଣ (୩୦ ଓ ୩୨ବର୍ଷିୟ ପୁରୁଷ) ସାମନ୍ତରାପୁର ନିକଟସ୍ଥ ନୂଆଗାଁରୁ ଚିହ୍ନଟ ହୋଇଥିବା ବେଳେ ଜଣେ(୨୫ବର୍ଷିୟ ଯୁବକ) ଭୁବନେଶ୍ୱର ୟୁନିଟ୍ ୧ ହାଇସ୍କୁଲ ନିକଟରୁ ଚିହ୍ନଟ ହୋଇଛନ୍ତି । ଶେଷ ଆକ୍ରାନ୍ତଜଣକ ବେଙ୍ଗାଲୁରୁ ଫେରନ୍ତା ବୋଲି ଜଣାଯାଇଛି।
ଏବେ ଭୁବନେଶ୍ୱରରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୫ ହୋଇଛି। ଏମାନଙ୍କ ଭିତରୁ ୨୦୧ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୯ ରହିଛି। ଅପରପକ୍ଷରେ ୪ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ବୋଲି ବିଏମସି ପକ୍ଷରୁ ଟୁଇଟର ଯୋଗେ ସୂଚନା ଦିଆଯାଇଛି।