ସାମ୍ନାକୁ ଆସିଲା ୧୩ଜଣ ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ

ଭୁବନେଶ୍ୱର: ରାଜ୍ୟ ସରକାର ୧୩ ଜଣ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜାରି କରିଛନ୍ତି । ଏମାନେ ସମସ୍ତେ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରୁ କରୋନା ସଂକ୍ରମିତ ରୂପେ ଚିହ୍ନଟ ହୋଇଛନ୍ତି । ଲକ୍‌ଡାଉନ କାଳରେ ଘରକୁ ଫେରିବା ପାଇଁ ଏମାନେ ଅନେକ ସଂଘର୍ଷ କରିଛନ୍ତି । ଯାଜପୁର ଜିଲ୍ଲାର କୋରେଇ ଅଂଚଳର ୫୦ ବର୍ଷିଅ ପୁରୁଷ ମାର୍ଚ୍ଚ ୨୮ରେ ହାୱଡା ଷ୍ଟେସନ ଠାରୁ ଏକ ଭଡ଼ା ଗାଡ଼ିରେ ଆସିଥିଲେ । ସେ ମାର୍ଚ୍ଚ ୩୧ରେ କୋରୋଇ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଜର ନାମ ପଂଜୀକରଣ କରିଥିଲେ । ସେହିଦିନ ଠାରୁ ଏପ୍ରିଲ ୧୯ ଯାଏଁ କ୍ୱାରେନଂଟାଇନ୍ ରେ ଥିଲେ । ଏପ୍ରିଲ ୨୦ରେ କରୋନା ପଜିଟିଭ ରୂପେ ଚିହ୍ନଟ ହେବା ପରେ ସେହିଦିନ କଳିଙ୍ଗ ନଗରସ୍ଥିତ କୋଭିଡ ହସ୍ପିଟାଲକୁ ସେ ସ୍ଥାନାନ୍ତର ହୋଇଥିଲେ ।

୨୮ ବର୍ଷିଅ ପୁରୁଷ ଥିଲେ ରାଜ୍ୟର ୭୧ତମ କରୋନା ଆକ୍ରାନ୍ତ । ଯାଜପୁର ଜିଲ୍ଲାର ବେହେରାପାଟଣା ଅଂଚଳର ଏହି ଯୁବକ ଜଣକ କୋଲକାତାରୁ ଏକ ଭଡାଗାଡ଼ିରେ ମାର୍ଚ୍ଚ ୨୯ରେ ଆସିଥିଲେ । ସେ ମାର୍ଚ୍ଚ ୩୦ରେ ଯାଜପୁର ଜିଲ୍ଲା ଡାକ୍ତରଖାନାରେ ନିଜର ନାମ ପଂଜୀକରଣ କରିଥିଲେ । ମାର୍ଚ୍ଚ ୩୧ରୁ ଏପି୍ରଲ ୧୪ ଯାଏଁ ହୋମ କ୍ୱାରେନଂଟାଇନ୍ ରେ ଥିଲେ । ଏପ୍ରିଲ ୧୫ରେ ପୁଣି ଥରେ ଜିଲ୍ଲା ଡାକ୍ତରଖାନାକୁ ଯାଇଥିଲେ । ଏପ୍ରିଲ ୧୫ରୁ ୨୦ ଯାଏ ଜିଲ୍ଲା ଡାକ୍ତରଖାନାର ଆଇସୋଲେସନରେ ଥିଲେ । ଏପ୍ରିଲ ୨୦ରେ ପଜିଟିଭ ଚିହ୍ନଟ ହେବା ପରେ କଳିଙ୍ଗନଗର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ ।


ରାଜ୍ୟର ୭୨ ତମ କରୋନା ଆକ୍ରାନ୍ତ ମଧ୍ୟ କୋଲକାତାରୁ ଏକ ଭଡ଼ା ଗାଡ଼ିରେ ଆସିଥିଲେ । ଏହି ୬୪ ବର୍ଷିଅ ପୁରୁଷ ହେଉଛନ୍ତି ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଂଚଳର । ସେ ମାର୍ଚ୍ଚ ୨୯ରେ ହାୱଡ଼ାରୁ ଆସିଥିଲେ । ଏପ୍ରିଲ ୧୯ ଯାଏ ହୋମ କ୍ୱାରେନଂଟାଇନ୍ ରେ ଥିଲେ । ଏପ୍ରିଲ ୨୦ରେ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କର ତାଙ୍କୁ କଳିଙ୍ଗ ନଗର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ବାସୁଦେବପୁର ଅଂଚଳର ୫୮ ବର୍ଷିଅ ବ୍ୟକ୍ତି କୋଲକାତାରେ କାମ କରୁଥିଲେ । ସେ ମାର୍ଚ୍ଚ ୨୯ରେ ଏକ ଭଡା ଗାଡ଼ିରେ ଆସିଥିଲେ । ସେ ମାର୍ଚ୍ଚ ୨୯ରୁ ଏପ୍ରିଲ ୧୯ ଯାଏଁ ହୋମ କ୍ୱାରେଣ୍ଟାଇନରେ ଥିଲେ । ଏହାରି ମଧ୍ୟରେ ସେ ଏପ୍ରିଲ ୧୭ରେ ପିଡିଏସ ଦୋକାନକୁ ଯାଇଥିଲେ । ଏପ୍ରିଲ ୨୦ରେ ତାସ ଖେଳିଥିଲେ ଏବଂ ପରେ କରୋନା ପଜିଟିଭ ରୂପେ ଚିହ୍ନଟ ହୋଇଥିଲେ । ସେହିଦିନ ତାଙ୍କୁ କଳିଙ୍ଗ ନଗର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

ରାଜ୍ୟର ୭୪ ତମ କରୋନା ଆକ୍ରାନ୍ତ ଯାଜପୁର ଜିଲ୍ଲାର ବିରଜାପୁର ଅଂଚଳର । ୩୨ ବର୍ଷିଅ ଯୁବକ କୋଲକାତାରୁ ଆସିଥିଲେ । ସେଠାକାର ମଙ୍ଗଳାହାଟରୁ ଏକ ଭଡାଗାଡ଼ିରେ ସେ ଯାଜପୁର ଆସି ପହଂଚିଥିଲେ । ଏହା ପରେ ଏକ ଭଡା ଅଟୋରେ ସେ ଘରକୁ ଯାଇଥିଲେ । ଏହା ଥିଲା ମାର୍ଚ୍ଚ ୨୯ର ଘଟଣା । ସେ ମାର୍ଚ୍ଚ ୨୯ରୁ ଏପ୍ରିଲ ୧୯ ଯାଏଁ ହୋମ କ୍ୱାରେନଂଟାଇନ୍ ରେ ଥିଲେ । ଏପ୍ରିଲ ୧୫ରେ ୨ ଜଣ ସାଙ୍ଗଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ । ସେ ଏପ୍ରିଲ ୧୬ ଓ ୧୭ରେ ଚିକେନ ଓ ପରିବା ଦୋକାନକୁ ଯାଇଥିଲେ । ଏପ୍ରିଲ ୨୦ରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତାଙ୍କୁ ସେଦିନ କଳିଙ୍ଗ ନଗରସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

ରାଜ୍ୟର ୭୫ ତମ କରୋନା ଆକ୍ରାନ୍ତ ବାଲେଶ୍ୱର ଜିଲ୍ଲାର ନଳିଆବାଗରୁ ଚିହ୍ନଟ ହୋଇଛନ୍ତି । ସେ ୬୧ ତମ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ୩୪ ବର୍ଷୀୟା ଯୁବତୀ ୬୧ ତମ କରୋନା ରୋଗୀଙ୍କ ସଂପର୍କୀତ । ଏହା ପରେ ମାର୍ଚ୍ଚ ୨୨ ଠାରୁ ଏପ୍ରିଲ ୧୯ ପର୍ଯ୍ୟନ୍ତ ହୋମ କ୍ୱାରେନଂଟାଇନ୍ ରେ ଥିଲେ । ଏପ୍ରିଲ ୨୦ରେ ପଜିଟିଭ ଚିହ୍ନଟ ହେବା ପରେ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।


ରାଜ୍ୟର ୭୬ ନମ୍ବର କରୋନା ଆକ୍ରାନ୍ତ ମଧ୍ୟ ୬୧ ନମ୍ବର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ୩୮ ବର୍ଷିଅ ପୁରୁଷ ନଳିଆବାଗ ଅଂଚଳର । ସେ ମଧ୍ୟ ମାର୍ଚ୍ଚ ୨୨ରୁ ୧୯ ଯାଏଁ ହୋମ କ୍ୱାରେନଂଟାଇନ୍ ରେ ଥିଲେ । ଏପ୍ରିଲ ୨୦ରେ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଅଶ୍ୱିନୀ କୋଭିଡ ହସ୍ପିଟାଲ ପଠାଇ ଦିଆଯାଇଥିଲା । ନଳିଆବାଗର ୧୨ ବର୍ଷିଅ ବାଳକ ୬୧ ବର୍ଷିଅ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ତାଙ୍କୁ ମାର୍ଚ୍ଚ ୨୨ରୁ ଏପ୍ରିଲ ୧୯ ଯାଏଁ ହୋମ କ୍ୱାରେନଂଟାଇନ୍ ରେ ରହିବାକୁ କୁହାଯାଇଥିଲା । ଏପ୍ରିଲ ୨୦ରେ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଛି ।

ସେହିପରି ୬୧ତମ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ୭୮ ନମ୍ବର କରୋନା ଆକ୍ରାନ୍ତ । ନଳିଆବାଗର ଏହି ୨୬ ବର୍ଷିଅ ଯୁବକ ମାର୍ଚ୍ଚ ୨୨ରୁ ଏପି୍ରଲ ୧୯ ଯାଏଁ ହୋମ କ୍ୱାରେନଂଟାଇନ୍ ରେ ଥିଲେ । ସେ ଏପ୍ରିଲ ୨୦ରେ ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ପରେ ତାଙ୍କୁ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ୩୪ ବର୍ଷୀୟ ଯୁବତୀ ୭୯ ନମ୍ବର କରୋନା ଆକ୍ରନ୍ତ ମଧ୍ୟ ୬୧ ନମ୍ବର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଉଭୟ ବ୍ୟକ୍ତି ଥିଲେ ସଂପର୍କୀୟ । ସେ ମାର୍ଚ୍ଚ ୨୨ରୁ ଏପ୍ରିଲ ୧୯ ଯାଏଁ ହୋମ କ୍ୱାରେନଂଟାଇନ୍ ରେ ଥିଲେ ଏବଂ ଏପ୍ରିଲ ୨୦ରେ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଅଶ୍ୱିନୀ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।


୬୪ ନମ୍ବର କରୋନା ଆକ୍ରାନ୍ତଙ୍କ ସହଯାତ୍ରୀ ଥିଲେ ୫୫ ବର୍ଷିଅ ବ୍ୟକ୍ତି । ରାଜ୍ୟର ୮୦ ତମ କରୋନା ଆକ୍ରାନ୍ତ ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଂଚଳରୁ ଚିହ୍ନଟ ହୋଇଥିଲେ । କୋଲକାତାର ନୂଆବଜାରରୁ ୧୫ ଜଣ ସହଯାତ୍ରୀଙ୍କ ସହ ସେ ଆସିଥିଲେ । ମାର୍ଚ୍ଚ ୩୦ରେ ଘରକୁ ଏକ ବୋଲେରୋରେ ଆସିଥିଲେ । ସେ ମାର୍ଚ୍ଚ ୩୦ରୁ ଏପ୍ରିଲ ୨୧ ଯାଏଁ ଘରେ ଥିଲେ । ଏପ୍ରିଲ ୨୧ରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତାଙ୍କୁ ଅଶ୍ୱିନୀ କୋଭିଡ-୧୯ ହସ୍ପିଟାଲ ପଠାଯାଇଛି ।


ରାଜ୍ୟର ୮୧ ତମ କରୋନା ଆକ୍ରାନ୍ତ ମଧ୍ୟ ୬୪ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ୩୫ ବର୍ଷିଅ ଯୁବକ ହେଉଛନ୍ତି ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ନନ୍ଦପୁର ଗାଁର । କୋଲକାତାର ନୂଆବଜାରରୁ ୧୫ ଜଣ ସାଥୀଙ୍କ ସହ ଘରକୁ ପହଂଚିଥିଲେ । ସେ ମଧ୍ୟ ୮୦ ତମ ଯାତ୍ରୀଙ୍କ ଭଳି ନିୟମ ପାଳନ କରିଥିଲେ । ଏପ୍ରିଲ ୨୧ରେ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ କଟକସ୍ଥିତ ଅଶ୍ୱିନୀ କୋଭିଡ-୧୯ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେହିପରି ରାଜ୍ୟର ୮୨ତମ କରୋନା ଆକ୍ରାନ୍ତ ମଧ୍ୟ ୬୪ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ବାସୁଦେବପୁର ବ୍ଳକର ବନ୍ଧାସାହୀ ନିବାସୀ ୪୦ ବର୍ଷିଅ ଯୁବକ ମଧ୍ୟ ସମାନ ବୋଲେରୋରେ ଆସିଥିଲେ । ଏପ୍ରିଲ ୨୧ରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଅଶ୍ୱିନୀ କୋଭିଡ-୧୯ ହସ୍ପିଟାଲ ସ୍ଥାନାନ୍ତର କରଯାଇଛି ।