ରାଜ୍ୟରେ ପୁଣି କରୋନା ନେଲା ୧୩ ମୁଣ୍ଡ

ଭୁବନେଶ୍ୱର: ରାଜ୍ୟରେ ଆଖି ବୁଜିଲେ ଆଉ ୧୩ କରୋନା ଆକ୍ରାନ୍ତ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୪୧ରେ ପହଞ୍ଚି ଯାଇଛି।

ଏହି ୧୩ ମୃତକଙ୍କ ମଧ୍ୟରୁ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ ଅଛନ୍ତି। ସେହିପରି କଟକ ଓ ଗଞ୍ଜାମରୁ ୨ ଜଣ ଲେଖାଏଁ ଥିବା ବେଳେ କେନ୍ଦୁଝର, ଖୋର୍ଦ୍ଧା ଓ ପୁରୀରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଗଞ୍ଜାମରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୩ରେ ପହଞ୍ଚିଥିବା ବେଳେ ଖୋର୍ଦ୍ଧାରେ ୫୬, ସୁନ୍ଦରଗଡ଼ରେ ୩୩, କଟକରେ ୨୮, ପୁରୀରେ ୧୧, ସମ୍ବଲପୁରରେ ୧୧ ଓ କେନ୍ଦୁଝରରେ ୬ରେ ପହଞ୍ଚିଛି।