ଜଗତସିଂହପୁର ଜିଲ୍ଲାରେ ଲାଗୁ ହେଲା ୧୨ ଘଂଟିଆ କର୍ଫ୍ୟୁ

ଜଗତସିଂହପୁର:ଜଗତସିଂହପୁର ଜିଲ୍ଲାରେ ୧୨ ଘଂଟିଆ କର୍ଫ୍ୟୁ ଘୋଷଣା କଲେ ଜଗତସିଂହପୁର ଜିଲ୍ଲାପାଳ । ଦୁଇ ସପ୍ତାହ ପାଇଁ ସନ୍ଧ୍ୟା ୭ ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଜିଲ୍ଲାରେ କର୍ଫ୍ୟୁ ବଳବତର ରହିବା ନେଇ ଘୋଷଣା। ସଂନ୍ଧ୍ୟା ସମୟରେ ବଜାରରେ ଲୋକଙ୍କ ଗହଳିକୁ ଦୃଷ୍ଟିରେ ରଖି କର୍ଫ୍ୟୁ ଘୋଷଣା କରିଥିବା ନେଇ ସୂଚନା ମିଳିଛି । ଏହା ସହ ଜିଲ୍ଲାର ସମସ୍ତ ମଦ ଦୋକାନ ବନ୍ଦ ରହିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଦେଇଛନ୍ତି ।

ଜଗତସିଂହପୁର ଜିଲ୍ଲା ଗ୍ରୀନ ଜୋନରେ ରହିଥିଲେ ମଧ୍ୟ ବଜାରରେ ଭିଡ ହେଉଥିବାରୁ ଓ ସାମାଜିକ ଦୂରତା ରକ୍ଷା ନହେବାରୁ ଜିଲ୍ଲାପାଳଙ୍କ ପକ୍ଷରୁ ଏଭଳି କର୍ଫ୍ୟୁ ଲାଗୁ କରାଯାଇଥିବା ଜଣାପଡିଛି।