ଆଜି ୧୨ଘଣ୍ଟିଆ କଣ୍ଟାମାଳ ବନ୍ଦ

ବୈାଦ୍ଧ: ୩ ଦଫା ଦାବୀରେ ବୈାଦ୍ଧ ଜିଲ୍ଲା କୋଶଳ ସମନ୍ୱୟ ସମିତି ପକ୍ଷରୁ ଆଜି ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ ଡାକରା ଦିଆଯାଇଛି । କଣ୍ଟାମାଳକୁ ଉପଖଣ୍ଡ ମାନ୍ୟତା, ତେଲନଦୀ ସେତୁ କାମ ଓ ସହରରେ ବେଆଇନ ଜବରଦଖଲ ଉଚ୍ଛେଦ ଦାବୀ ରହିଛି । ବନ୍ଦ ଯୋଗୁଁ ସହରର ସମସ୍ତ ଦୋକାନବଜାର, କାର୍ଯ୍ୟାଳୟ ବନ୍ଦ ରହିବା ସହ ଗମନାଗମନ ଠପ୍ ହୋଇଯାଇଛି । 

 ଆଜି ବୈାଦ୍ଧ ଜିଲ୍ଲା କୋଶଳ ସମନ୍ୱୟ ସମିତି ପକ୍ଷରୁ ୩ ଦଫା ଦାବୀରେ ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ ପାଳନ କରାଯାଉଛି । ୩ଦଫା ଦାବୀ ଗୁଡ଼ିକ ହେଲା କଣ୍ଟାମାଳକୁ ଉପଖଣ୍ଡ ମାନ୍ୟତା ପ୍ରଦାନ, ତରଭା ତେଲନଦୀ ସେତୁ ତୁରନ୍ତ କାର୍ଯ୍ୟକ୍ଷମ ଦାବୀ ଓ ସହରର ଖଳିଆପାଳଠାରେ ବେଆଇନ ଜବରଦଖଲ ଉଚ୍ଛେଦ ଦାବୀରେ ଏହି ବନ୍ଦ ଡାକରା ଦେଇଛି କୋଶଳ ସମନ୍ୱୟ ସମିତି । ଏହି ୧୨ଘଣ୍ଟିଆ ବନ୍ଦ ପାଳନ ପ୍ରଭାବରେ ସହରର ସମସ୍ତ ଦୋକାନବଜାର ଓ କାର୍ଯ୍ୟାଳୟ ବନ୍ଦ ରହିଛି । ସହରରେ ଗାଡ଼ି ଚଳାଚଳ ମଧ୍ୟ ଠପ୍ ହୋଇଯାଇଛି ।

କୋଶଳ ସମନ୍ୱୟ ସମିତି ପକ୍ଷରୁ ବୈାଦ୍ଧ- କଣ୍ଟାମାଳ-ମନମୁଣ୍ଡା ଏନଏଚ-୫୭ରେ ପିକେଟିଂ କରି ସଦସ୍ୟମାନେ ରାସ୍ତା ଅବରୋଧ କରିଛନ୍ତି । ଫଳରେ କଣ୍ଟାମାଳରୁ  ବୈାଦ୍ଧ , ସୋନପୁର ଓ ବାଲିଗୁଡ଼ାକୁ ଯାତାୟତ ବାଧାପ୍ରାପ୍ତ ହୋଇଛି ।