ଆଜି କଟକରୁ ୧୨୭ କରୋନା ଆକ୍ରାନ୍ତ‌ ଚିହ୍ନଟ

କଟକ: ଆଜି କଟକ ସହରରୁ ଆଜି ମୋଟ ୧୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି।


ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି କଟକ ସହରରେ ସଂଗରୋଧରୁ ୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ସରକାରୀ ସଂଗରୋଧରୁ ୪୭ ଜଣ ଏବଂ ଗୃହ ସଂଗରୋଧରୁ ୩୩ ଜଣ ଅଛନ୍ତି। ସେହିପରି ସ୍ଥାନୀୟ ଅଂଚଳରୁ ମଧ୍ୟ ଆଜି ୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ସରକାରୀ ସଂଗରୋଧରୁ ଚିହ୍ନଟ ୪୭ ଜଣଙ୍କ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ମୋଟ ୧୩ ଜଣ କୋଭିଡ ଯୋଦ୍ଧା ଅଛନ୍ତି। ଏଥିରୁ ଏସ୍‌ସିବି ଆଇସୋଲେସନରୁ ୯ ଜଣ ସାମିଲ ଅଛନ୍ତି। ଏସ୍‌ସିବି ଆଇସୋଲେସନରୁ ୨୬ ଜଣଙ୍କ ବ୍ୟତୀତ ସହରର ଅନ୍ୟ ୩ଟି ସରକାରୀ ସଂଗରୋଧରୁ ଯଥାକ୍ରମେ ୧୦ ଜଣ, ୭ ଜଣ ଓ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗୃହ ସଂଗରୋଧରୁ ଚିହ୍ନଟ ୩୩ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଛତ୍ର ବଜାରରୁ ସର୍ବାଧିକ ୮ ଜଣ ଅଛନ୍ତି। ସେହିପରି ଉଚ୍ଚସାହିରୁ ୪ ଜଣ, ସାମନ୍ତ ସାହି, ବିଡାନାସୀରୁ ୩-୩ ଜଣ, ମହାନଦୀ ବିହାରରୁ ୨ ଜଣ, ବକ୍ସିବଜାର ନିମସାହି, ବକ୍ସବଜାର କୁମ୍ଭାରସାହି, ବିଦ୍ୟାଧରପୁର, ଜଗତପୁର, ଗଣ୍ଡରପୁର, କେଶରପୁର, ଚାଉଳିଆଗଂଜ ମଠସାହି, କାଠଗଡ଼ାସାହି, ନିମଚଉଡ଼ି ହାଇକୋର୍ଟ ରୋଡ ଓ ମହାନଦୀ ବିହାରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

୪୭ ଜଣ ସ୍ଥାନୀୟ ସଂକ୍ରମଣଙ୍କ ମଧ୍ୟରେ ଚାଉଳିଆଗଂଜରୁ ୫ ଜଣ, ସିଡିଏ ସେକ୍ଟର, ଜୋବ୍ରାରୁ ୩ ଜଣ ଲେଖାଏଁ, କାଠଗଡ଼ାସାହି, ବିଡାନାସି, ସାମନ୍ତସାହି ଓ ମହାନଦୀ ବିହାରରୁ ୨ ଜଣ ଲେଖାଏଁ କରୋନ ଆକ୍ରାନ୍ତ ଅଛନ୍ତି।