ଭୁବନେଶ୍ୱର: ଆଜି ରାଜ୍ୟରେ ୧୨୧୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କରୋନାରେ ଆଉ ୭ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Covid-19 Report For 27th July
New Positive Cases: 1215
In Quarantine: 753
Local Contacts: 462(Details of local contacts will be shared by concerned District Administration)
District Wise Cases
1. Angul: 11
2. Balasore: 29
3. Bargarh: 10
4. Bhadrak: 2
5. Balangir: 21— I & PR Department, Odisha (@IPR_Odisha) July 28, 2020
ଆଜି ଗଞ୍ଜାମରୁ ସର୍ବାଧିକ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, କଟକ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଏବଂ ରାୟଗଡ଼ାରୁ ୨ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଏହି ୭ଜଣ କୋଭିଡ୍ ପଜିଟିଭ୍ ରୋଗୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି ।
ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୩୨ଜଣ, ଅନୁଗୁଳରୁ ୧୧ ବାଲେଶ୍ୱର ଜିଲ୍ଲାରୁ ୨୯, ବରଗଡ଼ ଜିଲ୍ଲାରୁ ୧୦, ଭଦ୍ରକ ଜିଲ୍ଲାରୁ ୨, ବଲାଙ୍ଗୀର ଜିଲ୍ଲାରୁ ୨୧, ବୌଦ୍ଧ ଜିଲ୍ଲାରୁ ୨, କଟକ ଜିଲ୍ଲାରୁ ୬୦, ଦେବଗଡ଼ ଜିଲ୍ଲାରୁ ୧, ଢେଙ୍କାନାଳ ଜିଲ୍ଲାରୁ ୧, ଗଜପତି ଜିଲ୍ଲାରୁ ୮୯, ଜଗତସିଂହପୁର ଜିଲ୍ଲାରୁ ୪୭, ଯାଜପୁର ଜିଲ୍ଲାରୁ ୨୦, ଝାରସୁଗୁଡ଼ା ଜିଲ୍ଲାରୁ ୨, କଳାହାଣ୍ଡି ଜିଲ୍ଲାରୁ ୮, କନ୍ଧମାଳ ଜିଲ୍ଲାରୁ ୧୪, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୪, କେନ୍ଦୁଝର ଜିଲ୍ଲାରୁ ୭୭, ଖୋର୍ଦ୍ଧା ଜିଲ୍ଲାରୁ ୩୧୨, କୋରାପୁଟ ଜିଲ୍ଲାରୁ ୭୩, ମାଲକାନଗିରି ଜିଲ୍ଲାରୁ ୧୪, ମୟୂରଭଞ୍ଜ ଜିଲ୍ଲାରୁ ୨୨, ନୟାଗଡ଼ ଜିଲ୍ଲାରୁ ୭, ନୂଆପଡ଼ା ଜିଲ୍ଲାରୁ ୮, ପୁରୀ ଜିଲ୍ଲାରୁ ୧୧, ରାୟଗଡ଼ା ଜିଲ୍ଲାରୁ ୨୪, ସୁବର୍ଣ୍ଣପୁର ଜିଲ୍ଲାରୁ ୨ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ୍ ୧୭,୩୭୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୫୪୫ ରହିଛି।