ଭୁବନେଶ୍ୱର: ଆଜି ରାଜ୍ୟରେ ପୁଣି ୧୨୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ନୂତନ ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇଲେ ରାଜ୍ୟରେ ସମୁଦାୟ ବର୍ତ୍ତମାନ ୨,୫୯୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। | ସୁସ୍ଥ ହୋଇଥିବା ୧୨୦ଜଣଙ୍କ ମଧ୍ୟରେ ଗଞ୍ଜାମରୁ ୩୩ଜଣ, ଗଜପତିରୁ ୧୮ଜଣ, ସୋନପୁରରୁ ୧୩ଜଣ, ବାଲେଶ୍ୱରରୁ ୧୨ଜଣ, ମୟୁରଭଞ୍ଜରୁ ୭ଜଣ, କଟକରୁ ୪ଜଣ ସୁସ୍ଥ ହୋଇଥିବା ବେଳେ ବଲାଙ୍ଗୀର ଏବଂ ଖୋର୍ଦ୍ଧାରୁ ୮ଜଣ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇ କୋଭିଡ୍ ହସ୍ପିଟାଲରୁ ଘରକୁ ଫେରିଛନ୍ତି | ଏହା ସହ ଯାଜପୁର, ନୟାଗଡ଼ ଏବଂ ନୂଆପଡାରୁ ୩ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଢେଙ୍କାନାଳ, ପୁରୀ ଏବଂ ରାୟଗଡାରୁ ୨ଜଣ ଲେଖାଏଁ ଏବଂ କେନ୍ଦ୍ରାପଡା ଏବଂ କଳାହାଣ୍ଡିରୁ ଜଣେ ଲେଖାଏଁ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ | ସୂଚନା ଅନୁଯାୟୀ, ୧୬ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।