ପୁଣି ସୁସ୍ଥ ହେଲେ ୧୨୦ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ଓଡ଼ିଶା ପାଇଁ ପୁଣି ଖୁସି ଖବର। ରାଜ୍ୟରେ ପୁଣି କରୋନାରୁ ସୁସ୍ଥ ହେଲେ ୧୨୦ ଆକ୍ରାନ୍ତ ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁ ଥିବାରୁ ଚିନ୍ତା ବଢୁଛି । ଏହାରି ମଧ୍ୟରେ ଖୁସି ଖବର ମଧ୍ୟ ଆସୁଛି । ଆଜି ଏକାଥରେ ୨୦ ଜିଲ୍ଲାରୁ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୧୨୦ ସୁସ୍ଥଙ୍କ ମଧ୍ୟରୁ ସର୍ବାଧିକ ଯାଜପୁରର ୧୯ ଜଣ ଥିବା ବେଳେ କଟକର ୧୫, ମୟୂରଭଞ୍ଜ ଓ ଖୋର୍ଦ୍ଧାର ୧୧ ଜଣ ଲେଖାଏଁ, ନୂଆପଡାର ୯, ସୁନ୍ଦରଗଡର ୭, କନ୍ଧମାଳର ୬ ଓ ନୟାଗଡ ଓ ବଲାଙ୍ଗୀରର ୫ଜଣ ଲେଖାଏଁ ଆରୋଗ୍ୟ ହୋଇଛନ୍ତି ।

ସେହିଭଳି ବାଲେଶ୍ୱର, ଢେଙ୍କାନାଳ, କେନ୍ଦ୍ରାପଡା ଓ ଝାରସୁଗୁଡାର ୪ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ କେଉଁଝର, ଗଞ୍ଜାମ ଓ ପୁରୀର ୩ ଜଣ ଲେଖାଏଁ, ଅନୁଗୁଳ, କଲାହାଣ୍ଡିର, କୋରାପୁଟର ୨ଜଣ ଲେଖାଏଁ ଓ ମାଲକାନଗିରିର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

ତେବେ ରାଜ୍ୟରେ ଏହି ନୂଆ ୧୨୦ ଜଣ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ସୁସ୍ଥଙ୍କ ସଂଖ୍ୟା ୨୯୭୪ କୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩ ରହିଛି । ୧୧ ଜଣଙ୍କ ପ୍ରାଣ ନେଇଛି କରୋନା ।