ବରଗଡ଼: ବରଗଡ଼ ଜିଲ୍ଲା ଭଟଲି ଥାନା ଅଧିନସ୍ଥ ବଉଲସିଂହାରୁ ମଙ୍ଗଳବାର ନିର୍ବାଚନ ଫ୍ଲାଇଂ ସ୍କ୍ଵାଡ୍ ଜଣେ ବ୍ୟବସାୟୀଙ୍କ ଗାଡ଼ିରୁ ୧୨ଲକ୍ଷ ଟଙ୍କା ଜବତ କରିଛି। ଏହି ବ୍ୟବସାୟୀଙ୍କ ନାମ ପ୍ରେମ ପଟେଲ ବୋଲି ଜଣାପଡ଼ିଛି ଓ ତାଙ୍କର ଏକ ପେଟ୍ରୋଲ ପମ୍ପ ଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ପ୍ରେମ ପଟେଲଙ୍କର ଗାଡ଼ି ବରଗଡ଼ ଅଭିମୁଖେ ଆସୁଥିବା ବେଳେ ନିର୍ବାଚନ ଫ୍ଲାଇଂ ସ୍କ୍ଵାଡ୍ଙ୍କ ହାବୁଡରେ ପଡ଼ିଯାଇଥିଲା। ଯାଞ୍ଚ ସସମୟରେ ପଟେଲଙ୍କ ଗାଡ଼ିରୁ ୧୨ଲକ୍ଷ ଟଙ୍କା ଜବତ ହୋଇଥିଲା। ତେବେ ଯାଞ୍ଚ ସମୟରେ ସେ ଗାଡ଼ିରେ ନ ଥିଲେ ଓ ଗାଡ଼ିରେ ତାଙ୍କ ମ୍ୟାନେଜର ଥିଲେ। ମ୍ୟାନେଜର ପେଟ୍ରୋଲ ପମ୍ପ ଟଙ୍କା ଜମା କରିବାକୁ ଯାଉଥିବା କଥା ଫ୍ଲାଇଂ ସ୍କ୍ଵାଡଙ୍କୁ କହିଥିଲେ। ପଟେଲଙ୍କ ଗାଡ଼ିରୁ ଟଙ୍କା ଜବତ କରିବା ପରେ ମ୍ୟାନେଜରଙ୍କୁ ଭଟଲି ଥାନାକୁ ନେଇ ଅଧିକ ଖୋଳତାଡ ଆରମ୍ଭ କରାଯାଉଛି।