ଆଜି ୧୨ ଘଣ୍ଟିଆ କଟକ ବନ୍ଦ

କଟକ:କଟକ ସହରରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ୪ ଦଫା ଦାବି ନେଇ ହିନ୍ଦୁ ସେନା ଓ କଟକ ସହର ସୁରକ୍ଷା ସମିତି ପକ୍ଷରୁ ଆନ୍ଦୋଳନ କରାଯାଉଛି । ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହିତ ସ୍କୁଲ, କଲେଜ ଓ ଦୋକାନ ବଜାରକୁ ବନ୍ଦ ରଖିଛନ୍ତି । ଫଳରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି ।

କଟକ ସହରରେ ଥିବା ସରକାରୀ ଅଫିସ୍‌କୁ ଭୁବନେଶ୍ୱରକୁ ସ୍ଥାନାନ୍ତରୀକରଣକୁ ବିରୋଧ, ବିଭିନ୍ନ ସ୍ଥାନରେ ଖାଲଖମାକୁ ମରାମତି କରିବା, ଉଠା ଦୋକାନୀଙ୍କୁ ଥଇଥାନ କରିବା ଏବଂ ମୋଟର୍‌ ଭେଇକିଲ୍‌ ଆଇନ୍‌କୁ ୬ ମାସ ପର‌୍ୟ୍ୟନ୍ତ କୋହଳ କରିବାକୁ ଦାବି କରାଯାଇଛି । ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହିତ ସ୍କୁଲ, କଲେଜ ଓ ଦୋକାନ ବଜାରକୁ ବନ୍ଦ ରଖିଛନ୍ତି । ସହରରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ବନ୍ଦ ଡାକରା ଫଳରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି ।