ଆଜି ୧୨ ଘଂଟିଆ ବାଙ୍କୀ ବନ୍ଦ

କଟକ: ବାଙ୍କୀ ଡବଲ ମର୍ଡର ଘଟଣାରେ ଏଯାବତ୍ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ଅସଫଳ ହୋଇଥିବା କାରଣରୁ ଏହାକୁ ବିରୋଧ କରି ଆଜି ୧୨ ଘଂଟିଆ ବାଙ୍କୀ ବନ୍ଦ ପାଳନ କରାଯାଇଛି । ଏହି ମର୍ଡର ଘଟଣାର ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏହି ବନ୍ଦ ଡାକରା କଂଗ୍ରେସ ପକ୍ଷରୁ କରାଯାଇଛି ।

ଏହି ବନ୍ଦ ଫଳରେ ଦୋକାନ ବଜାର ଠପ୍ ହୋଇଯାଇଛି ।

ଆଜି ସକାଳେ ବାଙ୍କୀର ବିଭିନ୍ନ ସ୍ଥାନରେ ଟାୟାର ଜାଳି କଂଗ୍ରେସ କର୍ମୀମାନେ ରାସ୍ତାରୋକ କରିଛନ୍ତି । ଫଳରେ ବାଙ୍କୀ-କଟକ-ବୈଦେଶ୍ୱର-କଳାପଥର ରାସ୍ତାରେ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହି ମାମଲାର କ୍ରାଇମବ୍ରାଂଚ  ତଦନ୍ତ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାବୀ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତ ୧୫ ତାରିଖରେ ବାଙ୍କୀ ନୂଆଗାଁ ସରପଂଚଙ୍କ ସ୍ୱାମୀ ଭଗବାନ ଓ ତାଙ୍କ ସହଯୋଗୀ ତଥା ସାମ୍ବାଦିକ ଆଦିତ୍ୟ ରଣସିଂଙ୍କୁ ଜୋକଲାଞ୍ଜିଠାରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଥିଲା।