ଗିରି ଖାତକୁ ବସ୍‌ ଖସି ୧୨ ମୃତ

ଡେଲହାଉସି : ହିମାଚଳପ୍ରଦେଶର ଡେଲହାଉସି ଅନ୍ତର୍ଗତ ବାନିଖେତ ନିକଟ ପଞ୍ଚପୁଲାଠାରେ ଏକ ଘରୋଇ ବସ୍‌ ଗିରିଖାତରେ ଖସିପଡ଼ିବା ଫଳରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ବସ୍‌ଟି ଡେଲହାଉସିରୁ ପଠାନକୋଟ ଯାଉଥିଲାବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ପ୍ରଶାଦସନ ଓ ପୁଲିସ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।