ମୁଜାଫରପୁର : ବିହାର ମୁଜାଫରପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍କର୍ପିଓ ସହ ଟ୍ରକ ଧକ୍କାରେ ୧୨ ମୃତ, ୪ ଗୁରୁତର । ଦୁର୍ଘଟଣାଟି ଜାତୀୟ ରାଜପଥ ୨୮ କାଂଟି ପୋଲିସ ଷ୍ଟେସନରେ ଘଟିଛି ।
ସେପଟେ, ଗୁରୁତରଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି। ଘଟଣାସ୍ଥଳରେ କାଂଟି ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତକମାନେ ମୁଜଫରପୁରର ହତୋଡି ଅଂଚଳର ବୋଲି ଜଣାପଡ଼ିଛି।
ଶନିବାର ଭୋରୁ ଏହି ଦୁର୍ଘଟଣା ଘଟିଥିବା ପୋଲିସ କହିଛି। ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ସ୍କର୍ପିଓ ଉତରପ୍ରଦେଶରୁ ବିହାର ଆସିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣା ଯୋଗୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ପୋଲିସ ଜେସିବି ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ଗାଡ଼ି ୨ଟିକୁ ହଟାଇବା ପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଛି।