ପୁରୀରୁ ୧୨ କରୋନା ପଜିଟିଭ ଚିହ୍ନଟ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଗତ ସପ୍ତାହେ ଧରି ଚାଲିଥିବା କୋଭିଡ ଟେଷ୍ଟରେ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସମୁଦାୟ ୫୫୬୯ ଜଣଙ୍କ ମଧ୍ୟରୁ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ପଜିଟିଭ ଚିହ୍ନଟ ହୋଇଥିବା ଅଂଚଳକୁ କଣ୍ଟେନମେଣ୍ଟ ଜୋନ କରାଯାଇ କଣ୍ଟାକଟ ଟ୍ରେସିଙ୍ଗ ଚାଲିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ତେବେ ଆଜି ଚାଲିଥିବା ମହାପ୍ରଭୁଙ୍କ ବାହୁଡା ଯାତ୍ରାରେ ଯେଉଁମାନେ ସାମିଲ ହୋଇଛନ୍ତି ସମସ୍ତଙ୍କର କରୋନା ଟେଷ୍ଟରେ ନେଗେଟିଭ ଥିବାର ଜିଲ୍ଲା ପ୍ରଶାସନ ଜଣାଇଛି ।

ଅନ୍ୟପଟେ କଟକରୁ ଆଜି  ୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ବଡମ୍ବା ଅଂଚଳର ୧୭ ଜଣ, ନିଆଳି ଅଂଚଳର ୨ ଜଣ, କଣ୍ଟାପଡାରୁ ୨ ଜଣ, ନିଶ୍ଚିନ୍ତକୋଇଲିରୁ ୯ ଜଣ, ସିଏମସି ବା କଟକ ମ୍ୟୁନିସିପାଲଟି ଅଂଚଳରୁ ୮ ଜଣ, ଏନଡିଆରଏଫର ଜଣେ ଯବାନ ଚିହ୍ନଟ ହୋଇଛନ୍ତି ।