ଭୁବନେଶ୍ୱର: ରାଜ୍ୟରେ ଆଉ ୧୨ ମୁଣ୍ଡ ନେଲା କରୋନା। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୪୭ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
Regret to inform the demise of twelve #COVID19 positive patients while under treatment in hospitals.
1. A 55-year old Male of Mayurbhanj district who was also suffering from Hypertension.
— H & FW Dept Odisha (@HFWOdisha) August 7, 2020
କରୋନା ଯୋଗୁ ଆଖି ବୁଜିଥିବା ୧୨ ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାରେ ପ୍ରଥମ କରୋନାଜନିତ ମୃତ୍ୟୁ ହୋଇଛି। ଏହାବାଦ ଗଜପତି, ଭଦ୍ରକ, କେନ୍ଦ୍ରାପଡ଼ା ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ଗଞ୍ଜାମ ଜିଲ୍ଲାରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୩ ଛୁଇଁଥିବା ବେଳେ ସୁନ୍ଦରଗଡ଼ରେ ୧୬, ଗଜପତିରେ ୧୫, କେନ୍ଦ୍ରାପଡ଼ାରେ ୩, ସମ୍ବଲପୁରରେ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।