ଭୁବନେଶ୍ୱର : ଆଜି ରାଜ୍ୟରୁ କରୋନାରେ ମୃତ୍ୟୁବରଣ କଲେ ୧୨ ଜଣ କରୋନା ଆକ୍ରାନ୍ତ। ରାଜ୍ୟରେ ସର୍ବମୋଟ କୋରୋନଜନିତ ମୃତ୍ୟୁ ସଂଖ୍ୟା ୪୮୨କୁ ବୃଦ୍ଧି ହୋଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪ ଜଣ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ସୁନ୍ଦରଗଡ, ନବରଙ୍ଗପୁର, ପୁରୀରୁ ଜଣେ ଲେଖାଏଁ କରୋନାରେ ମୃତ୍ୟୁବରଣ କରିଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲା, କଟକ, ରାୟଗଡା, ଯାଜପୁରରୁ ଏବଂ ମାଲକାନଗିରିରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି।
Regret to inform of the demise of twelve Covid positive patients while under treatment in hospitals.
1.A 53 year old male of Bhubaneswar who was also suffering from Diabetes & Hypertension.
— H & FW Dept Odisha (@HFWOdisha) August 30, 2020
ତେବେ ଗଞ୍ଜାମରୁ ମୃତ୍ୟୁବରଣ କରିଥିବା ୪ ଜଣଙ୍କ ମଧ୍ୟରୁ ଜଣେ ୩୫ ବର୍ଷୀୟ ପୁରୁଷ, ଜଣେ ୩୦ ବର୍ଷୀୟ ଯୁବକ, ଜଣେ ୬୫ ବର୍ଷିୟା ମହିଳା ଏବଂ ଜଣେ ୫୦ ବର୍ଷୀୟ ପୁରୁଷ ରହିଛନ୍ତି। ସେହିପରି ଭୁବନେଶ୍ୱର ରୁ ଜଣେ ୫୩ ବର୍ଷୀୟ ପୁରୁଷ, କଟକରୁ ଜଣେ ୬୩ ବର୍ଷୀୟ ପୁରୁଷ, ଯାଜପୁରରୁ ଜଣେ ୬୨ ବର୍ଷୀୟ ମହିଳା , ମାଲକାନଗିରିରୁ ଜଣେ ୫୯ ବର୍ଷୀୟ ପୁରୁଷ, ନବରଙ୍ଗପୁରରୁ ଜଣେ ୬୨ ବର୍ଷୀୟ ପୁରୁଷ, ପୁରୀରୁ ଜଣେ ୪୮ ବର୍ଷୀୟ ପୁରୁଷ, ରାୟଗଡାରୁ ଜଣେ ୭୦ ବର୍ଷୀୟ ପୁରୁଷ ଏବଂ ସୁନ୍ଦରଗଡରୁ ଜଣେ ୫୯ ବର୍ଷିୟା ମହିଳାଙ୍କ କରୋନାରେ ମୃତ୍ୟୁ ହୋଇଛି।