ପୁଣି ସୁସ୍ଥ ହେଲେ ୧୧୯ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ପାଇଁ ଖୁସି ଖବର। ସୋମବାର ୧୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆରୋଗ୍ୟଙ୍କ ସଂଖ୍ୟା ୧,୨୪୫କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି ।

ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତମନଙ୍କ ମଧ୍ୟରୁ  ଯାଜପୁର-  ୬୦, କଟକ- ୧୩,  କେନ୍ଦ୍ରାପଡା- ୧୨, ଗଜପତି- ୯, ନୟାଗଡ଼-୬, ସୁନ୍ଦରଗଡ-୫, ବାଲେଶ୍ୱର -୩, ପୁରୀ- ୩, ଖୋର୍ଦ୍ଧା-୩, ସମ୍ବଲପୁର-୧ , ବଲାଙ୍ଗୀର ଓ ଗଞ୍ଜାମ ଜିଲାରୁ ୨ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।