କୋଟାରେ ଫସିଥିବା ଛାତ୍ରଛାତ୍ରୀ ପହଂଚିଲେ ରାଉଲକେଲାରେ

ଭୁବନେଶ୍ୱର : ରାଜସ୍ଥାନ କୋଟାରେ ଫସି ରହିଥିବା ରାଉରକେଲାର ୧୧୬ଜଣ ଛାତ୍ରଛାତ୍ରୀ ଆଜି ଆସି ରାଉରକେଲାରେ ପହଂଚିଛନ୍ତି । ସେମାନେ ନିଜ ବ୍ୟବସ୍ଥାରେ ୪ଟି ବସ୍ ଯୋଗେ ଆସି ରାଉରକେଲାରେ ପହଂଚିଥିବା ଜଣାପଡ଼ିଛି । ପ୍ରତ୍ୟକ ଛାତ୍ର ଛାତ୍ରୀ ନିଜ ଖର୍ଚ୍ଚ କରି ଗତକାଲି ୧୦.୧୫ମିନିଟ୍ ସମୟରେ କୋଟାର ଲ୍ୟାଣ୍ଡମାର୍କ ସିଟି ମହାବୀର ନଗରରୁ ୪ଟି ବସ୍ ଯୋଗେ ବାହାରିଥିଲେ । ବାହାରିବା ପୂର୍ବରୁ ବସ୍‌ଗୁଡ଼ିକ ଭଲଭାବେ ବିଶୋଧନ କରିଥିଲେ ।

ସୂଚନା ଅନୁଯାୟୀ, ଛାତ୍ରଛାତ୍ରୀମାନେ ମଧ୍ୟପ୍ରଦେଶ, ଛତିଶଗଡ଼, ରାୟଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ଦେଇ ରାଉରକେଲାରେ ପହଂଚି ଥିବା ସୂଚନା ମିଳିଛି । ଛାତ୍ରଛାତ୍ରୀଙ୍କ ସ୍କିନିଂ କରାଯାଇ କ୍ୱାରେନଂଟାଇନ୍ ସେଂଟର ରେ ରଖିବବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦୋବସ୍ତ କରାଯାଇଛି ।

ସୂଚନାଯୋଗ୍ୟ, ଲକ୍‌ଡାଉନ୍ ଯୋଗୁ ଏହି ଛାତ୍ରଛାତ୍ରୀମାନେ କୋଟାରେ ଫସି ରହିଥିଲେ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଗତ ୧୮ ତାରିଖରେ ଅଭିଭାବକମାନେ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଥିଲେ । ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଗୁହାରି କରିଥିଲେ ।