ରାଜ୍ୟରେ ସୁସ୍ଥ ହେଲେ ଆଉ ୧୧୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଉ ଏହି ସଂଖ୍ୟାକୁ ମିଶାଇ ସମୁଦାୟ ୨୭୦୮ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆଜି ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ସୁନ୍ଦରଗଡର ୩୦ ଜଣ, ଖୋର୍ଦ୍ଧାର ୨୩ ଜଣ, ଗଞ୍ଜାମର ୧୭ ଜଣ, କଟକର ୧୧ ଜଣ, ମୟୁରଭଞ୍ଜର ୧୦ ଜଣ, ଗଜପତିର ୮ ଜଣ, ବରଗଡ଼ର ୫ ଜଣ, ନୟାଗଡ଼ର ୪ ଜଣ, ବଲାଙ୍ଗିରର ୩ ଜଣ ଥିବାବେଳେ ବାଲେଶ୍ୱର, କୋରାପୁଟ ଓ ସମ୍ବଲପୁରର ଜଣେ ଲେଖାଏଁ ରହିଛନ୍ତି ।


ସେହିପରି ଆଜି ସକାଳେ ରାଜ୍ୟରେ ୧୮୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୦୯କୁ ବୃଦ୍ଧି ପାଇଥିଲା ।