ବକେୟା ବିଲ ନଦେଲେ ୧୬ରୁ କଟିବ ବିଜୁଳି ସଂଯୋଗ

-ବକେୟା ଥିବା ଗ୍ରାହକଙ୍କ ମଧ୍ୟରୁ ୧ ଲଷ ୧୦ ହଜାର ଗ୍ରାହକ ଟଙ୍କା ପଇଠ କରିଛନ୍ତି।
-୨୧କୋଟି ଟଙ୍କା ଗତ ଏକ ମାସ ମଧ୍ୟରେ ଆଦାୟ କରାଯାଇଛି।
-୧୯୭୧ କୋଟି ଟଙ୍କା ଆହୁରି ବଳକା ରହିଛି।
-୧୬ ତାରିଖରୁ ବିଜୁଳି କାଟିବା ଡ୍ରାଇଭ ଆରମ୍ଭ କରାଯିବ।
-୧୧୩୬୯ ଗାଁରେ ବକେୟା ଦେଇନଥିବା ଗ୍ରାହକଙ୍କ ବିଜୁଳି କଟାହେବ।
-ଏଥିପାଇଁ ୪୧୩ ସ୍କ୍ବାଡ ତିଆରି କରାଯାଇଛି।
-୧୬୪୩ରୁଟରୁ ୨୪୭ ସେକସନର ୬୫ ସବ ଡିଭିଜନ ମଧ୍ୟରୁ ୨୦ ଡିଭିଜନ ବକେୟା ଟଙ୍କା ଦେଇ ନ ଥିବା ଗ୍ରାହକଙ୍କ ବିଜୁଳି କଟା ହେବ।
-ବିଜୁଳି ଆଦାୟ ପାଇଁ ପୂର୍ବରୁ ବିଙ୍ଗାପନ, ଲିଫଲେଟ, ମାଇକ ଯୋଗେ ଲୋକଙ୍କୁ ଅବଗତ କରାଯାଇଛି।
-ଗ୍ରାହକଙ୍କ ବକେୟା ଟଙ୍କା ପଇଠ ପାଇଁ ଇନଷ୍ଟଲମେଣ୍ଟ ବ୍ୟବସ୍ଥା କରାଯିବ।

ଭୁବନେଶ୍ବର: ବିଜୁଳି ବିଲ ବାକି ରଖିଥିବା ଗ୍ରାହକଙ୍କୁ ସେସୁର ଶେଷ ଚେତାବନୀ । ବିଜୁଳି ବିଲ ନିର୍ଦ୍ଧାରିତ ସମୟ ମଧ୍ୟରେ ଭରଣା ନ କଲେ ଆସନ୍ତା ୧୬ ତାରିଖ ଠାରୁ ବିଜୁଳି ସଂଯୋଗ କଟାଯିବ ବୋଲି ସ୍ପଷ୍ଟ କରିଛନ୍ତି ସିଇଓ ଅରୁଣ ବୋଥ୍ରା । ତେଣୁ ଆସନ୍ତା ସପ୍ତାହେ ମଧ୍ୟରେ ବିଜୁଳି ଗ୍ରାହକମାନେ ନିଜର ବାକି ଥିବା ବିଜୁଳି ବିଲ ଭରଣା କରି ଏଥିରୁ ଛାଡ଼ ପାଇବା ପାଇଁ ସେ ଉପଭୋକ୍ତାମାନଙ୍କୁ ନିବେଦନ କରିଛନ୍ତି ।

ଆଜି ଏନେଇ ରୂପାଲି ଛକସ୍ଥିତ ସେସୁ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେସୁର ମୁଖ୍ୟ କାର‌୍ୟ୍ୟ ନିର୍ବାହୀ ଅରୁଣ ବୋଥ୍ରା ଏହା ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି ପ୍ରାୟ ୭ ଲକ୍ଷ ବିଦ୍ୟୁତ ଉପଭୋକ୍ତାମାନଙ୍କ ମଧ୍ୟରୁ ଏହି ଏକ ମାସ ସମୟ ମଧ୍ୟରେ ଏକ ଲକ୍ଷ ଉପଭୋକ୍ତା ସେମାନଙ୍କ ବକେୟା ଦେୟ ପ୍ରଦାନ କରିଛନ୍ତି । ଯାହାକି ୨୧ କୋଟି ଟଙ୍କା ଅଟେ । ସେହିପରି ୫୯୬୫ ଟି ସରକାରୀ ଅନୁଷ୍ଠାନର ବାକି ଥିବା ବିଲ ସରକାରଙ୍କ ଦ୍ବାରା ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ପୈଠ କରାଯିବ ବୋଲି ସରକାରଙ୍କ ସହିତ ହୋଇଥିବା ବୈଠକ ରେ କୁହାଯାଇଛି । ତେଣୁ କାହାରିକୁ ଏହି ଦେୟ ପ୍ରଦାନ କରିବାରୁ ଛଡା ଯିବ ନାହିଁ ବୋଲି ସେ କହିବା ସହିତ ଉପଭୋକ୍ତା ମାନଙ୍କ ପାଇଁ କିସ୍ତି ଅନୁସାରେ ବକେୟା ଦେବାର ସୁବିଧା ଥିବା କହିଛନ୍ତି ଅରୁଣ ବୋଥ୍ରା ।ପଚିଶ ହଜାର ପର‌୍ୟ୍ୟନ୍ତ କିମ୍ବା ତା ଠାରୁ ଉର୍ଦ୍ଧ୍ବ ବକେୟା ଥିବା ଗ୍ରାହକ ବିଲର ୩୦ ଶତକଡା ପୈଠ କରି ଅନ୍ୟ ବାକିକୁ କିସ୍ତି ମାଧ୍ୟମରେ ଭରଣା କରିପାରବ ବୋଲି ସେ କହିଛନ୍ତି ।

ତେବେ ଯାହାବି ହେଲେ ବିଜୁଳି ବିଲ ଆଦାୟ କରାଯିବ । ତେଣୁ ଆସନ୍ତା ୧୬ ତାରିଖରୁ ବିଜୁଳି କଟା ଅଭିଯାନ ପାଇଁ ଏକ ୪୧୩ ଜଣିଆ ସ୍କ୍ବାର୍ଡ ଗଠନ କରାଯାଇଛି । ୧୬୪୩ ରୁଟ ରୁ ୨୪୭ ସେକ୍ସନର ୬୫ ସବଡ଼ିଭିଜନ ମଧ୍ୟରୁ ୨୦ ଡିଭିଜନର ବକେୟା ଟଙ୍କା ଦେଇ ନଥିବା ଗ୍ରାହକଙ୍କ ବିଜୁଳି କଟା ହେବ ବୋଲି କହିଛନ୍ତି । ଏହା ପୂର୍ବରୁ ଲୋକଙ୍କୁ ବିଭିନ୍ନ ଉପାୟରେ ସଚେତନତା କରାଯାଇଛି ବୋଲି ମଧ୍ୟ ପ୍ରକାଶ କରିଛନ୍ତି ସେସୁ ସିଇଓ ।