ଭୁବନେଶ୍ୱର: ଆଜି ରାଜ୍ୟରେ ୧୧୨ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ନୂତନ ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ଏବେ ମୋଟ ୧୭୧୬ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ସୁସ୍ଥ ୧୧୨ ଜଣଙ୍କ ମଧ୍ୟରେ କେନ୍ଦ୍ରାପଡାରୁ ୩୩, ବଲାଙ୍ଗୀରରୁ ୧୬, ଯାଜପୁରରୁ ୧୧, ସୁନ୍ଦରଗଡରୁ ୧୦, ଜଗତସିଂହପୁରରୁ ୮, ଗଞ୍ଜାମରୁ ୭, ଖୋର୍ଦ୍ଧାରୁ ୭ଜଣ ଥିବା ବେଳେ କଟକ ଓ ସୋନପୁରରୁ ୪ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏହା ସହ ବାଲେଶ୍ୱର, ପୁରୀ ଏବଂ ସମ୍ବଲପୁରରୁ ୩ଜଣ ଲେଖାଏଁ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
Another 112 Covid patients have recovered and are being discharged.
33 from Kendrapara
16 from Balangir
11 from Jajpur
10 from Sundergarh
8 from Jagatsinghpur
7 from Ganjam
7 from Khurdha
4 each from Cuttack and Sonepur
3 each from Baleswar, Puri and Sambalpur— H & FW Dept Odisha (@HFWOdisha) June 6, 2020