ରାଞ୍ଚି: ଝାଡ଼ଖଣ୍ଡର ସେରାଇକେଲା ଖରସାୱନ ଜିଲାରେ ମାଓବାଦୀ ହିଂସା ଦେଖିବାକୁ ମିଳିଛି। ମଙ୍ଗଳବାର ଭୋର ସମୟରେ ମାଓବାଦୀମାନେ ଆଇଇଡି ବିସ୍ଫୋରଣ କରିବାରୁ ୧୧ ଯବାନ ଆହତ ହୋଇଛନ୍ତି।ଭୋର ପ୍ରାୟ ୫ଟାରେ ସିଆରପିଏଫ, କୋବ୍ରା ଏବଂ ରାଜ୍ୟ ପୁଲିସ ପକ୍ଷରୁ କୁଚାଇ ଜଙ୍ଗଲରେ ମିଳିତ ଅପରେଶନ କରାଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ଏଥିରେ ୮ଜଣ କୋବ୍ରା ଯବାନ ଏବଂ ୩ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ସେମାନଙ୍କୁ ହେଲିକପ୍ଟର ଯୋଗେ ଅଣାଯାଇ ରାଞ୍ଚିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୋବ୍ରା ଏବଂ ସିଆରପିଏଫ ଯବାନମାନେ ସ୍ବତନ୍ତ୍ର ଭାବେ ମାଓବାଦୀ ନିରୋଧୀ ଅଭିଯାନରେ ନିୟୋଜିତ ହୋଇଥିଲେ।
Prev Post