ଜ୍ଞାନେଶ୍ୱରୀ ଏକ୍ସପ୍ରେସ ଟ୍ରେନରୁ ୧୧କେଜି ସୁନା ଜବତ

ରାଉରକେଲା: ହାୱାଡ଼ାରୁ ମୁମ୍ବାଇ ଯାଉଥିବା ‘ଜ୍ଞାନେଶ୍ୱରୀ ଏକ୍ସପ୍ରେସ’ରୁ ୧୧ କେଜି ସୁନା ଜବତ ହୋଇଛି। ଯାହାର ଅନୁମାନିକ ମୂଲ୍ୟ ୪ କୋଟିରୁ ଅଧିକ ଟଙ୍କା ହେବ। ରାଜଗାଙ୍ଗପୁର ଓ ଝାରସୁଗୁଡା ମଧ୍ୟରେ ଟ୍ରେନ୍‌କୁ ଅଟକାଇ ଯାଞ୍ଚ ବେଳେ ଏହି ସୁନା ଧରାପଡ଼ିଛି।

ସୂଚନାରୁ ପ୍ରକାଶ, ୧୨୧୦୨ ହାୱାଡାରୁ ମୁମ୍ବାଇ ଯାଉଥିବା ‘ଜ୍ଞାନେଶ୍ୱରୀ ଏକ୍ସପ୍ରେସ’ରେ ସୁନା ଚାଲାଣ ହେଉଥିବା ସେଣ୍ଟ୍ରାଲ ଏକ୍ସାଇଜ ଓ କଷ୍ଟମ ବିଭାଗ ଜାଣିବାକୁ ପାଇଥିଲା। ପରେ ଟ୍ରେନ୍‌ଟିକୁ ଅଟକାଇ ୧୧ କେଜି ସୁନା ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ୪ କୋଟିରୁ ଅଧିକ ଟଙ୍କା ହେବ। ଏହି ମାମଲାରେ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛନ୍ତି ସେଣ୍ଟ୍ରାଲ ଏକ୍ସାଇଜ ଓ କଷ୍ଟମ ବିଭାଗ। ଅଟକ ଥିବା ବ୍ୟକ୍ତିମାନେ ମୁମ୍ୱାଇର ବୋଲି ଜଣାପଡ଼ିଛି। ଏମାନେ ସୁନା କେଉଁଠିକୁ ନେଉଥିଲେ, ତାହା ଜଣାପଡ଼ି ନାହିଁ।