ପୋଲିସ ପଦକ ଘୋଷଣା: ଓଡ଼ିଶାରୁ ୧୧ଜଣ ପାଇବେ ରାଷ୍ଟ୍ରପତି ପଦକ

ନୂଆଦିଲ୍ଲୀ:ଚଳିତ ବର୍ଷ ସ୍ୱାଧିନତା ଦିବସ ଅବ୍ୟହତ ପୂର୍ବରୁ ପୋଲିସ ପଦକ ଘୋଷଣା କରାଯାଇଛି । ଏହି ପଦକରେ ଓଡ଼ିଶାର ମୋଟ ୨୩ଜଣ ପୋଲିସ କର୍ମଚାରୀ ପୋଲିସ ସାହାସିକତା ମେଡାଲ ପାଇବା ପାଇଁ ମନୋନୀତ ହୋଇଛନ୍ତି ।  ଆସନ୍ତା କାଲି ୭୩ତମ...

ନୂଆଦିଲ୍ଲୀ:ଚଳିତ ବର୍ଷ ସ୍ୱାଧିନତା ଦିବସ ଅବ୍ୟହତ ପୂର୍ବରୁ ପୋଲିସ ପଦକ ଘୋଷଣା କରାଯାଇଛି । ଏହି ପଦକରେ ଓଡ଼ିଶାର ମୋଟ ୨୩ଜଣ ପୋଲିସ କର୍ମଚାରୀ ପୋଲିସ ସାହାସିକତା ମେଡାଲ ପାଇବା ପାଇଁ ମନୋନୀତ ହୋଇଛନ୍ତି । 

ଆସନ୍ତା କାଲି ୭୩ତମ ସ୍ୱାଧିନତା ଦିବସ । ସ୍ୱାଧିନତା ଦିବସ ଅବସରରେ ପୋଲିସ ପଦକ ତାଲିକା ଘୋଷଣା କରାଯାଇଛି । ଅଗ୍ନି ସେବା, ହୋମ ଗାର୍ଡ ଓ ସାଧାରଣ ସୁରକ୍ଷା କ୍ଷେତ୍ରରେ ୧୧ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ମିଳିବ । କ୍ରାଇମବ୍ରାଞ୍ଚ ଡିଏସପି ପ୍ରମୋଦ ରଥଙ୍କୁ ରାଷ୍ଟ୍ରପତି ପଦକ ମିଳିବ । ସେହିପରି ଭିଜିଲାନ୍ସ ଏଏସଆଇ ଶିବ ନାରାୟଣ ରଥଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ । ଅଗ୍ନି ସେବା କ୍ଷେତ୍ରରେ ବିଶିଷ୍ଟ ସେବା ପାଇଁ ଭାରତ ଭୂଷଣ ନାୟକ ଏହି ପୁରସ୍କାର ପାଇବେ । ପ୍ରଶଂସନୀୟ ସେବା ପାଇଁ ତ୍ରିଲୋକ କୁମାର ବାବୁ, ଗୁଣଧର ଜେନା, ଦୟାନିଧି ମିଶ୍ର, ନିରଞ୍ଜନ ମନ୍ତ୍ରୀ, ବିଜୟ ନାରାୟଣ ପଣ୍ଡା ଓ ସର୍ବେଶ୍ୱର ମହାରଣା ଏବଂ  ହୋମଗାର୍ଡ ଓ ସାଧାରଣ ସୁରକ୍ଷା କ୍ଷେତ୍ରରେ ପ୍ରଶଂସନୀୟ ସେବା ପାଇଁ ଅରୁଣ କୁମାର ଜେନା, ଏନ ରାଜେନ୍ଦ୍ର ଦୋରା, ରମେଶ ଚନ୍ଦ୍ର ମହାନ୍ତି ଏବଂ ଲିଲି ପୃଷ୍ଟିଙ୍କୁ ଏହି ପଦ ମିଳିବ ।

ଚଳିତ ବର୍ଷ ୫୬ ଜଣ ବ୍ୟକ୍ତିଙ୍କୁ ଅଗ୍ନିଶମ ସେବା କ୍ଷେତ୍ରରେ ପୁରସ୍କୃତ କରାଯିବ । ଏଥିମଧ୍ୟରୁ ବୀରତା ପାଇଁ ଜଣଙ୍କୁ, ବିଶେଷ ସେବା ପାଇଁ ୮ ଜଣଙ୍କୁ ଏବଂ ପ୍ରଶଂସନୀୟ ସେବା ପାଇଁ ୪୭ ଜଣଙ୍କୁ ପୁରସ୍କୃତ କରାଯିବ । ହୋମଗାର୍ଡ ଓ ସାଧାରଣ ସୁରକ୍ଷା କ୍ଷେତ୍ରରେ ୪୪ ଜଣ ବ୍ୟକ୍ତିଙ୍କୁ ପୁରସ୍କୃତ କରାଯିବ । ଏମାନଙ୍କ ମଧ୍ୟରୁ ବିଶେଷ ସେବା ପାଇଁ ୮ ଜଣ ଏବଂ ପ୍ରଶଂସନୀୟ ସେବା ପାଇଁ ୩୬ ଜଣ ରାଷ୍ଟ୍ରପତିଙ୍କ ଠାରୁ ପଦକ ପାଇବେ ।

Spread the love
Categories
ଓଡିଶାବଡ ଖବର

RELATED BY

  • କଟକ ଏସ୍‌ସିବି ଆସିବେ ଜଗା ଓ କାଳିଆ

    କଟକ : ନୂଆଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ଜଗା ଓ କାଳିଆ କଟକ ବଡ଼ ମେଡିକାଲ୍‌ ଆସିବେ। କେବେ ଆସିବେ ତାହା ୭ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ।...
  • ନଦୀରେ ବୁଡ଼ି ଗଲେ ଦୁଇ ଭଉଣୀ

    ସାଲେପୁର : କଟକ ଜିଲ୍ଲା କିଶନନଗର ଥାନା ବାବୁଜଙ୍ଗ ପଞ୍ଚାୟତ ସଫିପୁର ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ଖୁଦୁରୁକୁଣୀ ଓଷା ପାଇଁ ଫୁଲ ତୋଳିବାକୁ ଯାଇ ନଦୀରେ ବୁଡ଼ି ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ...
  • ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁଙ୍କ ପରଲୋକ

    ଭୁବନେଶ୍ୱର:ରାଜ୍ୟର ଜଣେ ସୁନାମଧନ୍ୟ ତଥା ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁ ଆଉ ନାହାନ୍ତି । ଗତକାଲି ରାତିରେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ...
  • ବଙ୍ଗୋପସାଗରରେ ପୁଣି ଘୂର୍ଣ୍ଣିବଳୟ:୨ ଦିନ ଭିଜିବ ଓଡ଼ିଶା!

    ଭୁବନେଶ୍ବର : ଶୁକ୍ରବାର ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିଲା ପ୍ରାୟ ସପ୍ତାହକ ଯାଏଁ ସାରା ରାଜ୍ୟରେ ବଡ଼ ବର୍ଷା ନାହିଁ। ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ କାଁ ଭାଁ ବର୍ଷା ହୋଇପାରେ। ହେଲେ ଆଜି ପୁଣି ପୂର୍ବାନୁମାନ...