ଭୁବନେଶ୍ୱର: ରାଜ୍ୟରେ ଆଉ ୧୧ କରୋନା ଆକ୍ରାନ୍ତ ଆଖି ବୁଜିଲେ। ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୦୩ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
Regret to inform the demise of eleven Covid positive patients while under treatment in hospitals.
1.A 74 year old female of Cuttack district who was also suffering from Diabetes & Hypertension.
— H & FW Dept Odisha (@HFWOdisha) September 1, 2020
ଏହି ୧୧ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା, ପୁରୀ ଓ ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି କଟକ, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ ଓ ରାୟଗଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ଖୋର୍ଦ୍ଧାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୭ରେ ପହଞ୍ଚିଥିବା ବେଳେ ପୁରୀରେ ୧୫ ଓ ମୟୂରଭଞ୍ଜରେ ୫ରେ ପହଞ୍ଚିଯାଇଛି। ସେହିପରି ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ୧୯୧ରେ ପହଞ୍ଚିଥିବା ବେଳେ କଟକରେ ୩୨, ଜଗତସିଂହପୁରରେ ୫, କନ୍ଧମାଳରେ ୧୧ ଓ ରାୟଗଡ଼ାରେ ୨୫ରେ ପହଞ୍ଚିଛି।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୬,୫୬୧ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୭୭,୨୮୬ ସୁସ୍ଥ ହୋଇସାରିଲେଣି। ୨୮,୭୧୯ ଜଣ ଚିକିତ୍ସାଧୀନ ଅଛନ୍ତି।