ଗର୍ଭବତୀ ହେଲେ ଦଶମ ଶ୍ରେଣୀ ଛାତ୍ରୀ

କୋରାପୁଟ: ଗର୍ଭବତୀ ହେଲେ ଦଶମ ଶ୍ରେଣୀ ଛାତ୍ରୀ। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ବୁର୍ଜା ସେବାଶ୍ରମର ଜଣେ ଦଶମ ଶ୍ରେଣୀ ଛାତ୍ରୀ ୭ ମାସର ଗର୍ଭବତୀ ଥିବା ଜଣାପଡିଛି। ଖବର ପାଇ ଜିଲ୍ଲା ମଙ୍ଗଳ ଅଧିକାରୀ, ଶିଶୁ ସୁରକ୍ଷା ଅଧିକାରୀ ବୁର୍ଜା ଆଶ୍ରମ ସ୍କୁଲରେ ପହଞ୍ଚି ସମ୍ପୃକ୍ତ ଛାତ୍ରୀଙ୍କ ଅଭିଭାବକ, ପ୍ରଧାନ ଶିକ୍ଷକ ଓ ବ୍ଲକ ସମ୍ପ୍ରସାରଣ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଛାତ୍ରୀଙ୍କର ଡାକ୍ତରୀ ମାଇନା କରାଯାଇଛି। କୋରାପୁଟର ଏକ ସ୍ୱତନ୍ତ୍ର ଟିମ୍ ଗତ ୪ ତାରିଖ ଦିନ ଆଶ୍ରମରେ ପହଞ୍ଚି ସମସ୍ତ ଦଶମ ଶ୍ରେଣୀ ଛାତ୍ରୀଙ୍କ ପରୀକ୍ଷା କରିବା ପରେ ଛାତ୍ରୀ ଜଣକ ଗର୍ଭବତୀ ଥିବା ଜଣାପଡିଥିଲା। ତେବେ ପୀଡିତା କିପରି ୭ମାସର ଗର୍ଭବତୀ ହେଲେ ଏବଂ ସ୍କୁଲ ଓ ହଷ୍ଟେଲ କର୍ତ୍ତୃପକ୍ଷ କିପରି ଜାଣିପାରିଲେ ନାହିଁ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।