ଆଜି ଠାରୁ ୧୦ ଦିନ ପର୍ଯ୍ୟନ୍ତ ଗଞ୍ଜାମର କୌଣସି ସରକାରୀ ଅଫିସକୁ ଯାଇପାରିବେନି ସାଧାରଣ ଲୋକ

ଗଞ୍ଜାମ: ଆଜି ଠାରୁ ପରବର୍ତ୍ତୀ ୧୦ ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ ଅଫିସ୍ ସାଧାରଣ ଲୋକଙ୍କ ପାଇଁ ମନା ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି।

ଟୁଇଟ୍ କରି ଜିଲ୍ଲାପାଳ ଜଣାଇଛନ୍ତି ଯେ, ଆଜି ଠାରୁ ଆଜି ଠାରୁ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ ଅଫିସ୍ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରାଯାଇଛି। ସରକାରୀ ଅଫିସ୍‌ର ବରିଷ୍ଠ ଅଧିକାରୀମାନ‌େ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଯାଉଥିବାରୁ ଜିଲ୍ଲା ପ୍ରଶାସନ ଏ ଭଳି ନିଷ୍ପତ୍ତି ଗ୍ରହଣ କରିଛି। ସେମାନଙ୍କ ଆଶୁ ଆରୋଗ୍ୟ ନି‌ମନ୍ତେ ଜିଲ୍ଲାପାଳ ପ୍ରାର୍ଥନା କରିଛନ୍ତି।

ଏଠାରେ ପ୍ରକାଶଯୋଗ୍ୟ କି, କରୋନାଭାଇରସ୍ ସଂକ୍ରମଣ ସଂଖ୍ୟାରେ ଏବେ ରାଜ୍ୟରେ ଗଞ୍ଜାମ ଜିଲ୍ଲା ଶୀର୍ଷରେ ରହିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁସାରେ, ଗଞ୍ଜାମରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୫୫ରେ ପହଞ୍ଚିଛି। ସେଥିରୁ ୬୮୦ ଜଣ ଆରୋଗ୍ୟ ହୋଇଛନ୍ତି ଓ ୮ ଜଣ ମୃତ୍ୟୁବରଣ କରିଛନ୍ତି। ସମ୍ପ୍ରତି ଜିଲ୍ଲାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୬୭ ରହିଛି।