ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୧୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୬୦ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୯ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ବିଏମ୍ସି ପକ୍ଷରୁ କୁହାଯାଇଛି ଯେ, ଆଜି ମୋଟ ୧୩୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
Update on newly detected & cured #COVID19 cases in the last 24 hrs under the BMC area on 11th Aug 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/LRnrxAKCCF— BMC (@bmcbbsr) August 11, 2020
ବିଏମ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ପୁରୁଣା ଭୁବନେଶ୍ୱର ରାମେଶ୍ୱରପାଟଣାରୁ ୪ ଜଣ, ୟୁନିଟ-୮, ନୂଆ ଫରେଷ୍ଟ ପାର୍କରୁ ୪ ଜଣ, ୨ଟି ଘରୋଇ ହସ୍ପିଟାଲରୁ ୩-୩ ଜଣ, ସୁନ୍ଦରପଦା, ଗଙ୍ଗନଗର, ଚନ୍ଦ୍ରଶେଖରପୁର, ରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। କେନ୍ଦ୍ର ସରକାରଙ୍କ ଏକ ହସ୍ପିଟାଲ, ପାଇକନଗର ବସ୍ତି, ରସୁଲଗଡ଼, ଜୟଦେବ ବିହାର, ଡେଲଟା ଛକ, ସାଲିଆ ସାହିରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଆଜି ଚିହ୍ନଟ ହୋଇଥିବା ୪୯ ଜଣ ସ୍ଥାନୀୟ ସଂକ୍ରମଣଙ୍କ ମଧ୍ୟରେ ବଡ଼ଗଡ଼ରୁ ୪ ଜଣ, ବିବେକାନନ୍ଦ ମାର୍ଗରୁ ୩ ଜଣ, ସାଲିଆ ସାହି, ଚନ୍ଦ୍ରଶେଖରପୁର, କାନନ ବିହାର, ପଟିଆରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ହୋଇଛନ୍ତି।
ସେହିଭଳି ସୁସ୍ଥ ହୋଇଥିବା ୧୩୪ ଆକ୍ରାନ୍ତଙ୍କ ମଧ୍ୟରେ ମଂଚେଶ୍ୱର ରେଳଷ୍ଟେସନ, ଆଦିମାତା କଲୋନି, ୟୁନିଟ-୯, ଆଇଆରସି ଭିଲେଜ, ପୁରୁଣା ଭୁବନେଶ୍ୱରରୁ ୩-୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୩ ଜଣ ପୁଲିସ କର୍ମଚାରୀ ମଧ୍ୟ ସୁସ୍ଥ ହୋଇଛନ୍ତି।