ଭୁବନେଶ୍ୱର : ରାଜ୍ୟରେ ୨୮ ଜିଲ୍ଲାରୁ ୧୦୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୬୨ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୪୦୬ଟି ଲୋକାଲ୍ କେସ୍। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯,୧୭୫ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୧୮,୦୬୦ ସୁସ୍ଥ ହୋଇସାରିଥିବା ବେଳେ ୧୦,୯୨୦ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 28th July
New Positive Cases: 1068
In Quarantine: 662
Local Contacts: 406(Details of local contacts will be shared by concerned District Administration)
District Wise Cases
1. Angul: 20
2. Balasore: 29
3. Bargarh: 5
4. Bhadrak: 4
5. Balangir: 26— I & PR Department, Odisha (@IPR_Odisha) July 29, 2020
ନୂଆ ୧୦୬୮ ଆକ୍ରାନ୍ତଙ୍କ ମଧ୍ୟରୁ ୨୪୫ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଖୋର୍ଦ୍ଧାର ୧୯୪ ଜଣ ଅଛନ୍ତି। ସେହିଭଳି ସୁନ୍ଦରଗଡ଼ରୁ ୧୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଅନୁଗୋଳରୁ ୨୦ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୯, ବରଗଡ଼ରୁ ୫, ଭଦ୍ରକରୁ ୪, ବଲାଙ୍ଗିରରୁ ୨୬, କଟକରୁ ୬୧, ଦେବଗଡ଼ରୁ ୨, ଢେଙ୍କାନାଳରୁ ୧, ଗଜପତିରୁ ୮୮, ଜଗତସିଂହପୁରରୁ ୩, ଯାଜପୁରରୁ ୧୨, ଝାରସୁଗୁଡ଼ାରୁ ୧୨, କଳାହାଣ୍ଡିରୁ ୧୯, କନ୍ଧମାଳରୁ ୧୧, କେନ୍ଦ୍ରାପଡ଼ାରୁ ୮, କୋରାପୁଟରୁ ୬୬, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୨୦, ନବରଙ୍ଗପୁରରୁ ୨୬, ନୟାଗଡ଼ରୁ ୨୯, ନୂଆପଡ଼ାରୁ ୧୧, ପୁରୀରୁ ୧୬, ରାୟଗଡ଼ାରୁ ୨୪, ସମ୍ବଲପୁରରୁ ୨୧ ଓ ସୋନପୁରରୁ ୨ ଜଣ ଚିହ୍ନଟ ହୋଇଛନ୍ତି।