ମହାରାଷ୍ଟ୍ରର ୧୦୬ ବର୍ଷୀୟ ବୃଦ୍ଧା କରୋନା ଲଢ଼େଇରେ ହେଲେ ବିଜୟୀ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଏପରିସ୍ଥିତିରେ ମହାରାଷ୍ଟ୍ରର ଜଣେ ୧୦୬ ବର୍ଷୀୟ ବୃଦ୍ଧା କରୋନା ଲଢ଼େଇରେ ବିଜୟୀ ହୋଇଛନ୍ତି। ସେ ହେଲେ ଆନନ୍ଦିବାଇ ପାଟିଲ। ମହାମାରୀ କରୋନାକୁ ହରାଇବା ପରେ ଆନନ୍ଦିବାଇ ହସ ହସ ମୁହଁରେ ଘରକୁ ଫେରିଛନ୍ତି। କରୋନାରେ ଆକ୍ରାନ୍ତ ପରେ ସେ ମହାରାଷ୍ଟ୍ରର ସାଭାରାମ କଲ୍ୟାଣ-ଡୋମ୍ବିଭଲି ମ୍ୟୁନିସିପାଲିଟି କର୍ପୋରେଶନ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କୋଭିଡ ହସ୍ପିଟାଲରୁ ଡିସଚାର୍ଜ ପରେ ସେ ବେଶ ଆନନ୍ଦିତ ଥିବା ଦେଖିବାକୁ ମିଳିଛି। ଅନେକ ଲୋକ ତାଙ୍କର ଆରୋଗ୍ୟ କାମନା ମଧ୍ୟ କରିଛନ୍ତି।