ଆଜି ସକାଳେ ଚିହ୍ନଟ ହୋଇଥିବା ୧୦୧ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଆଜି ସକାଳେ ଚିହ୍ନଟ ହୋଇଥିବା ରାଜ୍ୟରେ ସର୍ବାଧିକ ୧୦୧ଜଣଙ୍କ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ବାଲେଶ୍ୱରରୁ ୩୩ ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ସୁରତ ଫେରନ୍ତା, ୩ପଶ୍ଚିମବଙ୍ଗ,୨ ବାଙ୍ଗାଲୁରରୁ ଫେରିଛନ୍ତି, ଜଣେ କଂଟେନମେଂଟ ଜୋନ୍‌ରୁ ଚିହ୍ନଟ ଓ ୩ଜଣ ସେହି ଅଂଚଳରେ ପୂର୍ବରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ।  ସୁନ୍ଦରଗଡ଼ରୁ ଚିହ୍ନଟ ୭ପଜିଟିଭ୍ ରାଉରକେଲା କଂଟେନମେଂଟ ଜୋନ୍‌ରୁ ଚିହ୍ନଟ ହୋଇଛନ୍ତି ।  ଗଞ୍ଜାମରୁ ୫୨,କେନ୍ଦୁଝରରୁ ୨ ଓ ଯାଜପୁରରୁ ୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାଜପୁରରୁ ଚିହ୍ନଟ ହୋଇଥିବା ୭ଜଣ ପଜିଟିଭ୍‌ଙ୍କ ମଧ୍ୟରୁ ୫ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ୨ଜଣ ମହାରାଷ୍ଟ୍ର ଫେରନ୍ତା । ଗଞ୍ଜାମରୁ ସମସ୍ତ ଆକ୍ରାନ୍ତ କ୍ୱାରେଂଟାଇନ୍ ସେଂଟରରୁ ଚିହ୍ନଟ ଓ ସମସ୍ତ ସୁରତ ଫେରନ୍ତା । ସୂଚନାଯୋଗ୍ୟ ୯୦ଜଣ ଆକ୍ରାନ୍ତ କ୍ୱାରେଂଟାଇନ୍ ସେଂଟରରେ ଥିଲେ । କଂଟେନମେଂଟ ଜୋନ୍‌ରୁ ୮ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟ ୩ଜଣ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି ।