ଜାଲିଆନାୱାଲାବାଗର ନରସଂହାର ଘଟଣାକୁ ୧୦୦ ବର୍ଷ ପୁରିଲା

ଅମୃତସର : ପଞ୍ଜାବର ଅମୃତସରର ଜାଲିଆନାୱାଲାବାଗରେ ହୋଇଥିବା ଗଣ ନରସଂହାର ଘଟଣାକୁ ଆଜି ୧୦୦ ବର୍ଷ ପୂରଣ ହୋଇଛି । ଏହି ସମୟରେ ସେଠାରେ ଏକ ଖାସ୍ କାର୍ଯ୍ୟକ୍ରମର ଆୟୋଜନ ହୋଇଛି , ଯେଉଁଥିରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏବଂ ପଞ୍ଜାବ ରାଜ୍ୟପାଳ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ସକାଳେ ଅମୃତସରଠାରେ ପହଂଚି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ମଧ୍ୟ ତାଙ୍କ ସହ ସେଠାରେ ଉପସ୍ଥିତ ଥିଲେ । ଶନିବାର ଶତାବ୍ଦୀ ସମାରୋହ ନାମରେ ଏଠାରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସହିଦଙ୍କ ସ୍ମରଣାର୍ଥେ ମୁଦ୍ରା ଏବଂ ଡାକ ଟିକେଟ୍ ଜାରି କରାଯିବ ।

ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍‌ ଜରିଆରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଟୁଇଟ୍‌ କରି ଲେଖିଛନ୍ତି ଯେ ଜାଲିଆନାଓ୍ଵାଲାବାଗରେ ସହିଦମାନଙ୍କ ତ୍ୟାଗ ଓ ବଳିଦାନକୁ କେବେ ବି ଦେଶବାସୀ ଭୁଲି ପାରିବେ ନାହିଁ।’