ସାମ୍ନାକୁ ଆସିଲା ୧୦ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରୀ

ଭୁବନେଶ୍ୱର: ୧୦ଜଣ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରୀର ତଥ୍ୟ ଦେଲେ ରାଜ୍ୟ ସରକାର । କେସ୍ ନଂ ୧୦୯ ରୁ ୧୧୮ ପର୍ଯ୍ୟନ୍ତ ତଥ୍ୟ ଦେଲେ ସରକାର । ୧୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କୋଲକାତା ଲିଙ୍କ୍‌ରେ ୬ଜଣ ଅଛନ୍ତି । ୧୦୯,୧୧୦,୧୧୧,୧୧୬,୧୧୭,୧୧୮ ଆକ୍ରାନ୍ତଙ୍କ କୋଲକାତା ଲିଙ୍କ୍ ଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରୁ ୩ଜଣ ଭଦ୍ରକ ଜିଲ୍ଲାର । ଭଦ୍ରକ ବାସୁଦେବପୁରର ଜଣେ ୪୫ବର୍ଷୀୟ ପୁରୁଷ ଓ ୩୮ବର୍ଷୀୟ ଯୁବକ ଓ ଆଉ ଜଣେ ହେଲେ ଭଦ୍ରକ ବନ୍ତ ଅଂଚଳର ୨୮ବର୍ଷୀୟ ଯୁବକ ।

ଅନ୍ୟ ୩ଜଣ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱର ବାହାନଗା ବିଷ୍ଣୁପୁରର ଜଣେ ୩୨ ବର୍ଷୀୟ ପୁରୁଷ । ଯାଜପୁର ବାସୁଦେବପୁରର ୩୪ବର୍ଷୀୟ ଯୁବକ ଏବଂ ଆଉ ଜଣେ ହେଲେ କୋରାପୁଟ୍ ପୋଦାଗଡ଼ର ୨୨ବର୍ଷୀୟ ଯୁବକ । କେସ୍ ନଂ ୧୧୨, ୧୧୩, ୧୧୪, ୧୧୫ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସଂକ୍ରମିତ ହୋଇଛନ୍ତି । କେସ୍ ନଂ ୧୦୩ ଦ୍ୱାରା ୪ଜଣ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । କେସ୍ ନଂ ୧୧୨, ୧୧୩, ୧୧୪, ୧୧୫ ରାଉରକେଲା ନାଲା ରୋଡ ଅଂଚଳର । ଏହି ୪ ଆକ୍ରାନ୍ତ ମାର୍ଚ୍ଚ ୨୨ରୁ ଅପ୍ରେଲ ୨୭ ପର୍ଯ୍ୟନ୍ତ ଘରେ ରହିଥିଲେ । ଲକ୍ଷଣ ନଥିବା ସତ୍ୱେ ସର୍ଭେଲାନ୍ସରେ ସାମ୍ପଲ ସଂଗ୍ରହ କରାଯାଇଥିଲା ଓ ୨୭ ତାରିଖରେ ପଜିଟିଭ୍ ଆସିଥିଲା । ପଜିଟିଭ୍ ଆସିବା ପରେ ରାଉରାକେଲା କୋଭିଡ୍ ହସ୍ପିଟାଲ୍‌ରେଭର୍ତି କରାଯାଇଥିଲା ।