ଭୁବନେଶ୍ୱର: ରାଜ୍ୟରେ ଆଉ ୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ୭ଜଣ ଗଞ୍ଜାମରୁ ହୋଇଥିବାବେଳେ ଆଉ ୩ ଜଣ ଭୁବନେଶ୍ୱରରୁ ବୋଲି ଜଣାପଡିଛି । ଏହାଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ରେ ପହଂଚିଛି । ତେବେ ଗଞ୍ଜାମରୁ ଚିହ୍ନଟ କରୋନା ପଜିଟିଭ୍ ସୁରତ ଫେରନ୍ତା ବୋଲି ଜଣାପଡିଛି । ଅନ୍ୟପଟେ ଭୁବନେଶ୍ୱରରୁ ୩ଜଣଙ୍କ ମଧ୍ୟରୁ ଭିଏସଏସ୍ ନଗର, ମଂଚେଶ୍ୱର ଓ ସୂର୍ଯ୍ୟନଗର ଅଂଚଳରୁ ଜଣେ ଲେଖାଏଁ ବୋଲି ଜଣାପଡିଛି । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।
Prev Post