ଦିଲ୍ଲୀ ହିଂସା: କନେଷ୍ଟବଳ ମହମ୍ମଦଙ୍କ ପରିବାରକୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦିଲ୍ଲୀର ଉତର ପୂର୍ବରେ ହୋଇଥିବା ହିଂସାରେ ବିଏସଏଫ ୯ ବାଟାଲିୟନର କନେଷ୍ଟବଳ ମହମ୍ମଦ ଅନିଜଙ୍କ ପରିବାରକୁ ସହାୟତା ଘୋଷଣା । ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ୧୦ ଲକ୍ଷର ସହାୟତା ରାଶି ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ତାଙ୍କର ପରିବାର ପାଇଁ ଏହି ସହାୟତା ରାଶି ଦିଆଯିବା ନେଇ ଘୋଷଣା କରାଯାଇଛି । ସୂଚନାଯୋଗ୍ୟ, ଦିଲ୍ଲୀ ଅଶାନ୍ତିରେ ବିଏସଏଫ ୯ ବାଟାଲିୟନର କନେଷ୍ଟବଳ ମହମ୍ମଦ ଅନିଜ୍ ମୃତ୍ୟୁବରଣ କରିଥିଲେ । ମୃତ କନେଷ୍ଟବଳ ମହମ୍ମଦ ଅନିଜ୍ ଓଡ଼ିଶାର ମାଓ ପ୍ରବଣ ମାଲକାନଗିରିରେ କାର୍ଯ୍ୟ କରିଥିଲେ ।