ଖୋଲିଲା ହୀରାକୁଦର ୧୦ ଗେଟ୍

ଭୁବନେଶ୍ୱର:  ସାରା ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି । ଏହାର ପ୍ରଭାବରେ ଲଘୁଚାପ ମଧ୍ୟ ସୃଷ୍ଟି ହୋଇଛି । ଗତ ୩ଦିନ ହେଲା ତୁହାକୁ ତୁହା ବର୍ଷାରେ ଭିଜୁଛି ସାରା ଓଡିଶା । ପଶ୍ଚିମଠୁ ନେଇ ଉପକୂଳ, ଦକ୍ଷିଣଠୁ ନେଇ ଉତ୍ତର ସମସ୍ତ ସ୍ଥାନରେ ବର୍ଷା ଲାଗି ରହିଛି । ମହାନଦୀର ଉପରମୁଣ୍ଡରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ଯଦ୍ୱାରା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବା ସହ ସକାଳ ୭ଟା ସୁଧା ୧୦ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି ।

ଆଜି ସକାଳେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସର୍ବୋଚ୍ଚ ସ୍ତରରେ ପହଁଚି ଥିଲା । ଜଳସ୍ତର ୬୩୦ ଫୁଟ ରହିଥିଲା । ଡ୍ୟାମରେ ଘଂଟାକୁ ୧,୭୯,୬୦୬ କ୍ୟୁସେକ ଜଳ ପ୍ରବେଶ କରୁଥିବା ସମାନ ପରିମାଣର ଜଳ ନିଷ୍କାସନ ମଧ୍ୟ ହେଉଛି ।

ଏହାକୁ ନଜରରେ ରଖି କର୍ତୃପକ୍ଷ ୧୦ଟି ଗେଟ୍ ଖୋଲିଛନ୍ତି । ଏବେ ମୋଟ୍ ୧୦ ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ଯଦି ଆଗକୁ ଆହୁରି ବର୍ଷା ଲାଗି ରହେ ତେବେ ଅଧିକ ଗେଟ୍ ଖୋଲାଯିବ ବୋଲି ଡ୍ୟାମ କର୍ତୃପକ୍ଷ କହିଛନ୍ତି ।