ବନ୍ଦ ହେଲା ହୀରାକୁଦ ଡ୍ୟାମ୍‌ର ୧୦ଟି ଗେଟ୍

ସମ୍ୱଲପୁର :ଆଜି ହୀରାକୁଦ ଡ୍ୟାମର ୧୦ ଟି ଗେଟ୍ ବନ୍ଦ କରି ଦିଆଯାଇଛି।  ଏବେ ଆଉ ୧୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଥିବା ଡ୍ୟାମ୍‌  କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଗତକାଲି ପ୍ରଥମେ ଡ୍ୟାମର ଦୁଇଟି ଗେଟ୍ ଖୋଲାଯାଇଥିବା...

ସମ୍ୱଲପୁର :ଆଜି ହୀରାକୁଦ ଡ୍ୟାମର ୧୦ ଟି ଗେଟ୍ ବନ୍ଦ କରି ଦିଆଯାଇଛି।  ଏବେ ଆଉ ୧୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଥିବା ଡ୍ୟାମ୍‌  କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଗତକାଲି ପ୍ରଥମେ ଡ୍ୟାମର ଦୁଇଟି ଗେଟ୍ ଖୋଲାଯାଇଥିବା ବେଳେ ପର୍ଯ୍ୟାୟ କ୍ରମେ ଆଉ ୧୬ଟି ଗେଟ ଖୋଲାଯାଇଥିଲା। ଏହାପରେ ସନ୍ଧ୍ୟାରେ ଆଉ ୪ଟି ଗେଟ୍ ଖୋଲାଯାଇଥିଲା। ତେବେ ଗତ ବୁଧବାର ଦିନ ସାଢ଼େ ଏଗାରଟା ବେଳେ ହୀରାକୁଦ ଡ୍ୟାମର ଗୋଟିଏ ଗେଟ୍ ଖୋଲା ଯାଇଥିଲା। ଏହି ଗେଟ୍‌ ଦ୍ୱାରା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଥିଲା। ହେଲେ ଉକ୍ତ ଦିନ  ଅପରାହ୍ନ ୨ଟା ପରେ ଏହାକୁ ବନ୍ଦ କରି ଦିଆଯାଇଥିଲା।

ଚଳିତ ଥର ହୀରାକୁଦ ପାଣି ଛଡ଼ା ହେବା ଦ୍ୱାରା ବନ୍ୟାର କୌଣସି ଆଶଙ୍କା ଦେଖାଯାଇ ନାହିଁ । ହେଲେ ନଦୀ କୂଳବର୍ତ୍ତୀ ଜିଲାର ଜିଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ସହ ପର୍ଯ୍ୟାପ୍ତ ପରିମାଣର ରିଲିଫ୍‌ ସାମଗ୍ରୀ ମହଜୁଦ ରଖିବାକୁ ସେମାନଙ୍କୁ କୁହାଯାଇଛି।

Spread the love
Categories
ଓଡିଶା

RELATED BY

  • କଟକ ଏସ୍‌ସିବି ଆସିବେ ଜଗା ଓ କାଳିଆ

    କଟକ : ନୂଆଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ଜଗା ଓ କାଳିଆ କଟକ ବଡ଼ ମେଡିକାଲ୍‌ ଆସିବେ। କେବେ ଆସିବେ ତାହା ୭ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ।...
  • ନଦୀରେ ବୁଡ଼ି ଗଲେ ଦୁଇ ଭଉଣୀ

    ସାଲେପୁର : କଟକ ଜିଲ୍ଲା କିଶନନଗର ଥାନା ବାବୁଜଙ୍ଗ ପଞ୍ଚାୟତ ସଫିପୁର ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ଖୁଦୁରୁକୁଣୀ ଓଷା ପାଇଁ ଫୁଲ ତୋଳିବାକୁ ଯାଇ ନଦୀରେ ବୁଡ଼ି ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ...
  • ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁଙ୍କ ପରଲୋକ

    ଭୁବନେଶ୍ୱର:ରାଜ୍ୟର ଜଣେ ସୁନାମଧନ୍ୟ ତଥା ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁ ଆଉ ନାହାନ୍ତି । ଗତକାଲି ରାତିରେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ...
  • ବଙ୍ଗୋପସାଗରରେ ପୁଣି ଘୂର୍ଣ୍ଣିବଳୟ:୨ ଦିନ ଭିଜିବ ଓଡ଼ିଶା!

    ଭୁବନେଶ୍ବର : ଶୁକ୍ରବାର ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିଲା ପ୍ରାୟ ସପ୍ତାହକ ଯାଏଁ ସାରା ରାଜ୍ୟରେ ବଡ଼ ବର୍ଷା ନାହିଁ। ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ କାଁ ଭାଁ ବର୍ଷା ହୋଇପାରେ। ହେଲେ ଆଜି ପୁଣି ପୂର୍ବାନୁମାନ...