ମୁମ୍ବାଇ: ମହାରାଷ୍ଟ୍ରର ଭିୱଣ୍ଡିରେ ଅଘଟଣା । ଭୁଶୁଡିଲା ୩ ମହଲା କୋଠା । ଆଜି ସକାଳୁ ଏହି ଦୁର୍ଘଟଣା ଘଟିିଛି । ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ବିଏମ୍ସି ସୂଚନା ଦେଇଛି । ଭଗ୍ନାବଶେଷ ତଳେ ଏବେବି ଅନେକ ଲୋକେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ଏନ୍ଆର୍ଏଫ୍ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ସେପଟେ ଭଗ୍ନାବଶେଷ ତଳୁ ଏନ୍ଡିଆର୍ଏଫ୍ ଜଣେ ଶୁଶିକୁ ଜୀବନ୍ତ ଉଦ୍ଧାର କରିଛି । ସୂଚନା ଅନୁଯାୟୀ, ଡଜନେ ଲୋକ ଏବେ ବି ଆବର୍ଜନା ତଳେ ଫସି ରହିଛନ୍ତି ବୋଲି ଆଶଙ୍କା କରାଯାଉଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ ସହରର ପଟେଲ କମ୍ପାଉଣ୍ଡ ଅଞ୍ଚଳରେ ସକାଳେ କୋଠାଟି ଭୁଶୁଡ଼ିବା ପରେ ସ୍ଥାନୀୟ ଲୋକଙ୍କ ଦ୍ବାରା ୨୦ଜଣଙ୍କୁ ଉଦ୍ଧାର କରାଯାଇଛି।